ବିଧାନସଭାରେ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ, ମୁଖ୍ୟମନ୍ତ୍ରୀ କହିଲେ- ସବୁ କାର୍ଯ୍ୟକ୍ରମର ସଫଳ ରୂପାୟନ କରିବା ପାଇଁ ଆବଶ୍ୟକ

NEWS7
britain-pm-said-doctors-had-prepared-to-give-news-of-death

ଭୁବନେଶ୍ବର: ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୧୭ହଜାର ୪୪୦କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ, ଗତ ୮ମାସରେ ଆମ ସରକାର ବଜେଟରେ ଥିବା ପ୍ରାବଧାନ ଅନୁଯାୟୀ ବିଭିନ୍ନ କାର୍ଯ୍ୟକ୍ରମକୁ କାର୍ଯ୍ୟାନ୍ବୟନ କରୁଛନ୍ତି । ଆମ ବଜେଟ ୪ଟି ମୁଖ୍ୟ ଉପାଦାନ ଉପରେ ପର୍ଯ୍ୟବେଶିତ ଥିଲା।

ଜୀବନ ଜୀବିକାର ଉନ୍ନତି, ଭିତ୍ତିଭୂମିର ବିକାଶ, ସାମାଜିକ ସୁରକ୍ଷା ଓ ସମାଜ ମଙ୍ଗଳ ଏବଂ ଓଡ଼ିଶା ଅସ୍ମିତା। ଏହି ଅତିରିକ୍ତ ବ୍ୟୟ ବଜେଟକୁ ଲକ୍ଷ୍ୟ କଲେ ଆପଣମାନେ ଦେଖିପାରିବେ ଯେ, ମୋଟ ୧୭ ହଜାର ୪୪୦କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଧ୍ୟରୁ କେବଳ କାର୍ଯ୍ୟକ୍ରମ ବ୍ୟୟ ବରାଦକୁ ୧୩ ହଜାର ୭୧୬ କୋଟି ଟଙ୍କା କେବଳ କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ଖର୍ଚ୍ଚ ହେବ । ଏଥିରୁ ସରକାରଙ୍କ ଭିଜନ ଏବଂ ଆନ୍ତରିକତା ସମସ୍ତ ଜାଣିପାରୁଥିବେ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ‘ଆମ ପାଇଁ ବାର୍ଷିକ ବଜେଟ କେବଳ ବର୍ଷକର ଆୟ-ବ୍ୟୟର ହିସାବ ନୁହେଁ। ଆମ ସରକାର ରାଜ୍ୟ ଗଠନରେ ବିଶ୍ବାସ କରେ, ଏହି ରାଜ୍ୟ ଓ ରାଷ୍ଟ୍ର ନିର୍ମାଣ କେବଳ ଗୋଟିଏ କି ଦୁଇଟି ବଜେଟରେ ହେବା ସମ୍ଭବ ନୁହେଁ। ଏଥିପାଇଁ ଏକ ଭିଜନ ଏବଂ ଦୁରଦୃଷ୍ଟିର ଆବଶ୍ୟକ। ତେଣୁ, ଆମର ଲକ୍ଷ୍ୟ ହେଉଛି ୨୦୩୬ ସୁଦ୍ଧା ‘ସମୃଦ୍ଧ ଓଡିଶା’ ର ନିର୍ମାଣ ଏବଂ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଗଠନ ପାଇଁ ଓଡିଶାର ଅବଦାନ।’