ଅଧପନ୍ତରିଆ ପୋଲ ନିର୍ମାଣ କାମ, ବର୍ଷା ଦିନ ପୂର୍ବରୁ କାମ ସାରିବାକୁ ଥିଲା ନିର୍ଦ୍ଦେଶ

Published By : Prameya-News7 Bureau | June 24, 2025 IST

ଦାରିଙ୍ଗବାଡି ୨୪।୬: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ୍ ଅଞ୍ଚଳରେ ଲାଗି ରହିଛି ଲଗାଣ ବର୍ଷା । ଫଳରେ ସବୁଆଡ଼େ ଜଳମଗ୍ନ ହୋଇଛି ।ପ୍ରବଳ ବର୍ଷା ଫଳରେ ଏକାଧିକ ନଦୀର ଜଳସ୍ତର ବୃଦ୍ଧି ପାଇଛି । ସମସ୍ତ ନଦୀ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ବର୍ଷା ପ୍ରଭାବରେ ଉକ୍ତ ବ୍ଲକ ତିଲୋରୀ ପଞ୍ଚାୟତ ଗୁମାଡ଼ି ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ସେହି ନଦୀରେ ଏକ ନୂତନ ପୋଲ ନିର୍ମାଣ ଚାଲିଥିବା ସମୟରେ ନିକଟରେ ଏକ ଡାଇଭର୍ସନ ରାସ୍ତା ନିର୍ମାଣ କରାଯାଇଥିଲା । ଯାହାକି ବନ୍ୟାପାଣିରେ ଧୋଇଯାଇଛି । ଫଳରେ ସିମନବାଡି ଠାରୁ ବୁଡ଼ାଗୁଡା ରାସ୍ତା ବିଚ୍ଛିନ୍ନ ହୋଇଯାଇଛି । ସେଠାରେ ବହୁ ଗାଡିମୋଟର ଅଟକି ରହିଥିବା ବେଳେ କିଛି ଗାଡି ବୁଡ଼ାଗୁଡା, ବାଲିଗୁଡାର ଋତୁଙ୍ଗିଆ ଓ ପକାରୀ ଯିବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ।

ସିମନବାଡି ଠାରୁ ବୁଡ଼ାଗୁଡା ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗର ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ବର୍ଷା ଦିନ ପୂର୍ବରୁ ରାସ୍ତା କାମ ସରିଯିବା କଥା । କିନ୍ତୁ ତିଲୋରୀର ଗୁମାଡ଼ି ନଦୀ ଉପରେ ନିର୍ମାଣଧୀନ ପୋଲ କାର୍ଯ୍ୟ ସରିନାହିଁ । ଫଳରେ ସ୍ଥାନୀୟ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏପେଟେ ବର୍ଷା ଦିନ ଆରମ୍ଭରୁ ଯଦି ଏପରି ଅବସ୍ଥା ତେବେ ବର୍ଷାଦିନେ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ତୁରନ୍ତ ନିର୍ମାଣାଧୀନ ପୋଲ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଦାବି ହେଉଛି ।

You Can Read:

ଅଶାନ୍ତ ମଧ୍ୟପ୍ରାଚ୍ୟ : ଭୁବନେଶ୍ୱରରୁ ଆବୁଧାବିକୁ ବିମାନ ଉଡ଼ାଣ ବାତିଲ କଲା ଇଣ୍ଡିଗୋ

 

 

  • kandhamal
  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.