ସୌଭାଗ୍ୟ ନଗର ମାଲାବାର ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସରେ ‘ବ୍ରାଇଡ୍ସ ଅଫ୍‌ ଇଣ୍ଡିଆ’ କ୍ୟାମ୍ପେନ ଲଞ୍ଚ୍

Published By : Prameya-News7 Bureau | June 06, 2025 IST

ଭୁବନେଶ୍ବର: ଭାରତୀୟ ନାରୀଙ୍କ ପାଇଁ ବିବାହର ଦିନଟି ଖୁବ ସ୍ୱତନ୍ତ୍ର। ତେଣୁ ବିବାହ ଦିନ ନିଜ ପସନ୍ଦର ଗହଣା କଲେକ୍ସନ ପିନ୍ଧିବାକୁ ସ୍ବପ୍ନ ଦେଖିଥିବା ମହିଳାଙ୍କ ସ୍ବପ୍ନ ପୂରା କରିବ ମାଲାବାର। ଏହି ଲକ୍ଷ୍ୟ ନେଇ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ପକ୍ଷରୁ ଆରମ୍ଭ ହୋଇଛି ବ୍ରାଇଡ୍ସ ଅଫ ଇଣ୍ଡିଆ କ୍ୟାମ୍ପେନ।

ଏହି କ୍ରମରେ ଭୁବନେଶ୍ୱର ସୌଭାଗ୍ୟ ନଗର ସ୍ଥିତ ମାଲାବାର ସୋ ରୁମରେ ଶୁକ୍ରବାର କ୍ୟାମ୍ପେନ ଲଞ୍ଚ ହୋଇଛି। ଓଡ଼ିଆ ବୋହୂ ଲୁକ ସମେତ ବଙ୍ଗାଳୀ ବିବାହ, ତେଲୁଗୁ ବିବାହ ଓ ଭିନ୍ନଭିନ୍ନ ସମ୍ପ୍ରଦାୟର ମହିଳାମାନେ ବିଭିନ୍ନ ଗହଣାରେ ସଜେଇ ହୋଇଥିଲେ। ବିଏମସି କର୍ପୋରେଟର ବିନୟିନୀ ଜେନା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି। ବର୍ତ୍ତମାନ ମାଲାବାରରେ ଅଫର ଚାଲୁ ରହିଛି। ତେଣୁ ଗ୍ରାହକ ଚାହିଁଲେ ସୁନା ବୁକ କରିବା ସୁବିଧା ମଧ୍ୟ ରହିଛି ବୋଲି କହିଛନ୍ତି ମାର୍କେଟିଂ ମ୍ୟାନେଜର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.