ବାଲେଶ୍ବରରେ ସଂଖ୍ୟାଲଘୁ ଯୁବକଙ୍କୁ ଆକ୍ରମଣ ଘଟଣା, କଡ଼ା ପ୍ରତିକ୍ରିୟା ରଖିଲେ ସଞ୍ଚୟ ଦାସ ବର୍ମା

NEWS7
brazilian-airliner-crashes-all-passengers-on-board-killed-brazil-plane-crash-

ଭୁବନେଶ୍ବର: ବାଲେଶ୍ବରରେ ସଂଖ୍ୟାଲଘୁ ଯୁବକଙ୍କୁ ଆକ୍ରମଣ ଘଟଣାକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ସଞ୍ଚୟ ଦାସବର୍ମା। ମଙ୍ଗଳବାର ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ସେ କହିଛନ୍ତି, ‘‘ବାଲେଶ୍ଵର ଜିଲ୍ଲାରେ ଜଣେ ସଂଖ୍ୟାଲଘୁ ଯୁବକଙ୍କୁ ଆକ୍ରମଣ କରି ମାରି ଦିଆଯାଇଛି। ସ୍ୱାଧୀନ ଭାରତରେ ଓଡ଼ିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ କେବେ ବି ଘଟିନଥିଲା। ଏଭଳି ଘଟଣା ପରେ ନବୀନ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ୱର ଯାଇଛନ୍ତି। ତାଙ୍କ ପରିବାରକୁ ଭେଟିବେ। ପୁଲିସ ପ୍ରଶାସନକୁ ଭେଟିବେ।’’

ସେ ଆହୁରି କହିଛନ୍ତି ‘‘ଡବଲ ଇଞ୍ଜିନ ସରକାର ଆସିବା ପରେ ଆଇନ ଶୃଙ୍ଖଳା ଭୁଶୁଡ଼ିପଡିଛି। ସଂଖ୍ୟାଲଘୁ ଲୋକଙ୍କ ଉପରେ ଅତ୍ୟାଚାର ହେଉଛି। ବାଲେଶ୍ୱର ଭଳି ଉପକୂଳ ଜିଲ୍ଲା ଓ ବିଭିନ୍ନ ସ୍ଥାନରେ ଆକ୍ରମଣ କରାଯାଉଛି। ଏହାକୁ ବିଜେଡି ନିନ୍ଦା କରିଛି। ମହାପ୍ରଭୁଙ୍କ ଆଶୀର୍ବାଦରୁ ଓଡ଼ିଶା ଶାନ୍ତିର ବାର୍ତ୍ତା ଦେଇଥାଏ। ହେଲେ ଏ ସରକାର ଓଡ଼ିଶାର ଶାନ୍ତି ଭଙ୍ଗ କରିଛନ୍ତି। ଏ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଆମର ପ୍ରତିନିଧି ଦଳ ଏକ ସର୍ଜମିନ ତଦନ୍ତ ପାଇଁ ଯାଇଛନ୍ତି। ସେମାନେ ଆସିବା ପରେ ଆମେ ଏ ବାବଦରେ ଜଣାଇବୁ। ଏ ଘଟଣା ବାବଦରେ ଆମ ସଭାପତି ଜାଣିବାକୁ ଚାହିଁଲେ। ଆମକୁ ଡାକି ଏ ସମ୍ପର୍କରେ ବୁଝିଛନ୍ତି। ଆଗାମୀ ଦିନରେ ଏ ସମ୍ପର୍କରେ ସୂଚନା ଦିଆଯିବ।’’