ଭଗବାନ ହେଲେ କ୍ୟାସ୍‌ଲେସ୍, ମନ୍ଦିରରେ ଆରମ୍ଭ ହେଲା ଡିଜିଟାଲ୍ ଦକ୍ଷିଣା

NEWS7
brazilian-airliner-crashes-all-passengers-on-board-killed-brazil-plane-crash-

ବାରିପଦା ୨୫/୦୨: ଏବେ ଡିଜିଟାଲ ଭାରତର ଯୁଗ । କ୍ୟାସଲେସ ଦେଣନେଣର ବ୍ୟବସ୍ଥା । ଯେଉଁଠି ମୋଚିଠୁ ନେଇ ମଲ୍ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ରହିଛି ଡିଜିଟାଲ ପେମେଣ୍ଟ ର କ୍ୟୁଆର୍ କୋଡ଼ । ତେବେ ସ୍ଵୟଂ ଭଗବାନ ବା କାହିଁକି ଏହି ସୁବିଧା ରୁ ବଞ୍ଚିତ ହେବେ..? ଏବେ ତାଙ୍କୁ ବି ମିଳୁଛି ୟୁପିଆଇ ରେ ଦାନ ଓ ଦକ୍ଷିଣା ।

ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀ ଶ୍ରୀ ହରି ବଳଦେବ ଜୀଉ । ଜିଲ୍ଲାସାରା ଓ ଜିଲ୍ଲା ବାହାରେ ୪୪ ହଜାର ଏକରର ସ୍ଥାବର ସମ୍ପତ୍ତି ସହିତ କିଲୋ କିଲୋ ସୁନା ଓ ରୂପା ଗହଣାର ମାଲିକ ହେଉଛନ୍ତି ମହାପ୍ରଭୁ । ହେଲେ ଦୀର୍ଘଦିନ ଧରି ସ୍ଥାୟୀ ଦେବୋତ୍ତର ଅଧିକାରୀଙ୍କ ଅଭାବ ସହିତ ପ୍ରଭୁଙ୍କ ସମ୍ପତ୍ତିରେ ଜବରଦଖଲ ଲାଗି ଆଜି ମହାପ୍ରଭୁ ଆର୍ଥିକ ଅନାଟନ ଭିତରେ ପୂଜା ପାଉଛନ୍ତି । ସେପଟେ ସରକାରୀ ସହାୟତାରେ ବିଳମ୍ବ ହେଉଥିବାରୁ ଗତବର୍ଷ ରଥଯାତ୍ରାରେ ମଧ୍ୟ ହୋଇଥିଲା ନାନା ସମସ୍ୟା ।

 

ତେଣୁ ଜିଲ୍ଲା ପ୍ରଶାସନରେ ଦେବୋତ୍ତର ଅଧିକାରୀ ଦାୟିତ୍ୱରେ ଥିବା ଉପଜିଲ୍ଲାପାଳ ଡ.ଦୟାସିନ୍ଧୁ ପରିଡ଼ା ଓ ଅନ୍ୟ ମନ୍ଦିର କମିଟି ସଦସ୍ୟ ଜନସାଧାରଣଙ୍କ ପାଖରୁ ମଧ୍ୟ ଆର୍ଥିକ ସହାୟତା ଆଣି ରଥଯାତ୍ରା କାର୍ଯ୍ୟକ୍ରମ ସମ୍ପାଦନ କରିବା କଥା ଚିନ୍ତା କଲେ । ସେଥିଲାଗି ଜଗନ୍ନାଥ ମନ୍ଦିର ସମେତ ଜିଲ୍ଲାର ସମସ୍ତ ସରକାରୀ ଦପ୍ତର ଓ ସର୍ବସାଧାରଣ ସ୍ଥାନରେ ଲଗାଇଲେ ମହାପ୍ରଭୁଙ୍କ ବ୍ୟାଙ୍କ୍ ଖାତାର କ୍ୟୁଆର କୋଡ୍।

ଜଣ ସାଧାରଣଙ୍କୁ ଅନୁରୋଧ କଲେ କି ମହାପ୍ରଭୁ ଙ୍କ ଲାଗି ସମସ୍ତେ ମୁକ୍ତ ହସ୍ତରେ ଦାନ କରନ୍ତୁ । ଯାହାକି ସମସ୍ତଙ୍କ ମନକୁ ଛୁଇଁଲା। ଜଗନ୍ନାଥ ପ୍ରେମୀଙ୍କ ଠୁ ଆରମ୍ଭ କରି ସାଧାରଣ ଜନତା ସମସ୍ତେ ମହାପ୍ରଭୁ ଙ୍କୁ ମନ୍ଦିର ନଯାଇ ମଧ୍ୟ ଦାନ କରି ପାରିଲେ। ପୂର୍ବ ସମୟଠୁ ଏହି ଦାନ ଗ୍ରହଣ ପ୍ରକ୍ରିୟା ଅଧିକ ଲୋକଙ୍କୁ ପୁଣ୍ୟ ଅର୍ଜନ କରିବାରେ ସହାୟତା କରୁଛି ବୋଲି କହିଛନ୍ତି ଉପଜିଲ୍ଲାପାଳ ।

also read....

ଜୀବନ ଗଲା ପରେ ଚେତା ପଶିଲା, ଆସନ୍ତା ୬ ତାରିଖରୁ ହଟିବ ବେଆଇନ ହୋର୍ଡିଂ