Ajit Pawar Family:ଅଜିତ ପାୱାରଙ୍କ ପରିବାରରେ କିଏ ଅଛନ୍ତି? କ’ଣ କରନ୍ତି ଦୁଇ ପୁଅ

NEWS7
brahmastra-takes-second-spot-box-office-collection

ନୂଆଦିଲ୍ଲୀ :  ବିମାନ ଦୁର୍ଘଟାଣାରେ ମହାରାଷ୍ଟ୍ରର ୬ଥର ଉପମୁଖ୍ୟମନ୍ତ୍ରୀ ରହିଥିବା ଅଜିତ ପାଓ୍ବାରଙ୍କ ମୃତ୍ୟୁ ହୋଇଛି ।ବୁଧବାର ସକାଳେ ଅଜିତ୍ ପାୱାର ମୁମ୍ୱାଇରୁ ବାରାମତୀ ଅଭିମୁଖେ ସ୍ୱତନ୍ତ୍ର ବିମାନରେ ଯାତ୍ରା କରୁଥିଲେ ।ସକାଳ ଠିକ୍ 8ଟା 45 ରେ ବିମାନଟି ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତାଙ୍କ ମୃତ୍ୟୁରେ ରାଜନୀତି ଜଗତରେ ଶୋକରେ ଛାୟା ଖେଳିଯାଇଛି।

ମହାରାଷ୍ଟ୍ର ରାଜନୀତିରେ ପାୱାର ଜଣେ ପ୍ରଭାବଶାଳି ନେତା ଭାବେ ପରିଚିତ । ୨୦୧୦ ମସିହାରେ ପ୍ରଥମେ ଉପମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ । ଷଷ୍ଠ ବା ଶେଷଥର ପାଇଁ ସେ ୨୦୨୪ ମସିହାରେ ଉପମୁଖ୍ୟମନ୍ତ୍ରୀ ପଦ ପାଇଥିଲେ । ଅଜିତ ପାୱାର ମହାରାଷ୍ଟ୍ରର ଏକ ପ୍ରମୁଖ ରାଜନୈତିକ ପରିବାରରୁ ଆସିଛନ୍ତି । ସେ NCP ନେତା ଶରଦ ପାଓ୍ବାରଙ୍କ ପୁତୁରା । ତେବେ ତାଙ୍କ ପରିବାରରେ କିଏ କିଏ ଆସନ୍ତୁ ଜାଣିବା।

ଅଜିତ ପାଓ୍ବାରଙ୍କ ବାପା ଅନନ୍ତରାଓ ପ୍ରସିଦ୍ଧ ନିର୍ଦ୍ଦେଶକ ଭି. ଶାନ୍ତାରାମଙ୍କ ସହ ରାଜକମଲ ଷ୍ଟୁଡିଓରେ କାମ କରିଥିଲେ। କିନ୍ତୁ ଅଜିତ ପାଓ୍ବାର ଫିଲ୍ମ ନୁହେଁ ରାଜନୀତିକୁ ନିଜର କ୍ୟାରିୟର କରିଥିଲେ ଆଉ ଅନେକ ସଫଳତା ମଧ୍ୟ ପାଇଛନ୍ତି ।

ଅଜିତ ପାୱାରଙ୍କ ପରିବାର ବିଷୟରେ କହିବାକୁ ଗଲେ, ତାଙ୍କ ପତ୍ନୀ ହେଉଛନ୍ତି ସୁନେତ୍ର ପାୱାର, ଯିଏକି ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ପଦ୍ମସିଂହ ବାଜିରାଓ ପାଟିଲଙ୍କ ଭଉଣୀ। ଅଜିତ ପାୱାର ଏବଂ ସୁନେତ୍ର ପାୱାରଙ୍କ ଦୁଇଟି ପୁଅ ଅଛନ୍ତି, ବଡ଼ ପୁଅର ନାମ ପାର୍ଥ ପାୱାର ଏବଂ ସାନ ପୁଅର ନାମ ଜୟ ପାୱାର। ବଡ଼ ପୁଅ ଗତ ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିଲେ ମାତ୍ର ସେ ପରାଜୟ ବରଣ କରିଥିଲେ । କିନ୍ତୁ ଜୟ ପାୱାରଙ୍କର କୌଣସି ରାଜନୀତି ସହ କୌଣସି ସମ୍ପର୍କ ନାହିଁ।

 

ଅଜିତ ପାୱାରଙ୍କ ଭାଇ ଭଉଣୀକଣ କରନ୍ତି?

ଅଜିତ ପାୱାରଙ୍କ ଭାଇଭଉଣୀମାନଙ୍କ ବିଷୟରେ କହିବାକୁ ଗଲେ, ତାଙ୍କ ବଡ଼ ଭାଇ ଶ୍ରୀନିବାସ ପାୱାର ଜଣେ ବିଶିଷ୍ଟ ବ୍ୟବସାୟୀ। ତାଙ୍କର ବ୍ୟବସାୟ କୃଷିଠାରୁ ଆରମ୍ଭ କରି ଅଟୋମୋବାଇଲ କ୍ଷେତ୍ର ପର୍ଯ୍ୟନ୍ତ। କୁହାଯାଏ ଯେ ଶ୍ରୀନିବାସ ପାୱାର ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ତାଙ୍କ ସାନ ଭାଇ ଅଜିତଙ୍କୁ ନିରନ୍ତର ପରାମର୍ଶ ଦେଉଥିଲେ। ତାଙ୍କ ଭଉଣୀ ବିଜୟା ପାଟିଲ ଗଣମାଧ୍ୟମରେ କାମ କରନ୍ତି । ଶରଦ ପାଓ୍ବାରଙ୍କ ଝିଅ ସୁପ୍ରିୟା ସୁଲେ ହେଉଛନ୍ତି ଅଜିତ ପାଓ୍ବାରଙ୍କ ଭଉଣୀ । ଯିଏକି ଏବେ ସାଂସଦ ଅଛନ୍ତି ।

ସୁପ୍ରିୟା ସୁଲେଙ୍କ ସହ ଅଜିତ ପାୱାରଙ୍କ ସମ୍ପର୍କ କ’ଣ?

ସୁପ୍ରିୟା ସୁଲେ ଶରଦ ପାୱାରଙ୍କ ଝିଅ। ସେ ଜଣେ ଏନସିପି ନେତା ଏବଂ ବର୍ତ୍ତମାନର ସାଂସଦ । ଯେତେବେଳେ ଅଜିତ ପାୱାର 2023 ମସିହାରେ ଏନସିପି ଛାଡି ବିଜେପିରେ ଯୋଗ ଦେଇଥିଲେ, ସେ କହିଥିଲେ ଯେ ଏହା ତାଙ୍କର ନିଷ୍ପତ୍ତି, କିନ୍ତୁ ଅଜିତ ପାୱାରଙ୍କ ସହ ତାଙ୍କର ସମ୍ପର୍କ କେବେ ପରିବର୍ତ୍ତନ ହେବନି।