ଲାଇଭ୍ ଶୋ’ରେ ରାଗିଗଲେ ଅଭିନେତ୍ରୀ, ଦର୍ଶକଙ୍କୁ ପଢ଼ାଇଲେ ଭଦ୍ରାମୀର ପାଠ

NEWS7
brahmagiri-boat-sinking-incident-11-rescued-the-fire-team-is-looking-for-2-more-people

ନୂଆଦିଲ୍ଲୀ: ନିଜ ସୌନ୍ଦର୍ଯ୍ୟ ଏବଂ ନୃତ୍ୟରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟକୁ ଜିଣିଥିବା ହରିୟାଣୀ ଅଭିନେତ୍ରୀ ପ୍ରାଞ୍ଜଲ ଦହିଆ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ ଏକ ଲାଇଭ୍ ଶୋ’ରେ ପ୍ରାଞ୍ଜଲ ଦର୍ଶକଙ୍କୁ ନାଲି ଆଖି ଦେଖାଇଛନ୍ତି । ଉତ୍ତେଜିତ ଦର୍ଶକ ସୀମା ଅତିକ୍ରମ କରିବାକୁ ଚେଷ୍ଟା କରିଥିଲେ । ଏଥିରେ ରାଗି ଯାଇ ପ୍ରାଞ୍ଜଲ ତାଙ୍କର ନୀରବତା ଭାଙ୍ଗି ମଞ୍ଚରୁ କଡ଼ା ଜବାବ ଦେଇଛନ୍ତି ।

ପ୍ରାଞ୍ଜଲ ଦହିଆ ଏକ ଷ୍ଟେଜ୍ ଶୋ’ରେ ଫରଫର୍ମାନ୍ସ କରୁଥିଲେ । ମଞ୍ଚ ସମ୍ମୁଖରେ ଥିବା ଭିଡ଼ରୁ କିଛି ସଦସ୍ୟ ଲଗାତାର କମେଣ୍ଟ କରୁଥିଲେ ଏବଂ ଅଭିନେତ୍ରୀଙ୍କ ସହ ଖରାପ ବ୍ୟବହାର କରିବାକୁ ଚେଷ୍ଟା କରୁଥିଲେ। ଏହା ଦେଖି ତାଙ୍କର ଧୈର୍ଯ୍ୟର ବନ୍ଧ ଭାଙ୍ଗି ଯାଇଥିଲା ଏବଂ ସେ ମଞ୍ଚ ଉପରୁ ହିଁ ଦର୍ଶକଙ୍କୁ କଡ଼ା ଭାଷାରେ କହିଥିଲେ । ଦର୍ଶକଙ୍କ ମଧ୍ୟରେ ବୟସ୍କ ବ୍ୟକ୍ତି ମଧ୍ୟ ଥିଲେ । ପ୍ରାଞ୍ଜଲଙ୍କ ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭିଡିଓରେ ପ୍ରାଞ୍ଜଲ କହୁଛନ୍ତି, ‘ତୁମର ମଧ୍ୟ ବୋହୂ ଏବଂ ଝିଅ ଅଛନ୍ତି । ଆଉ ଅଙ୍କଲ୍, ମୁଁ ତୁମ ଝିଅ ବୟସର। ମୁହଁ ଫେରାଇ ନିଅ ନାହିଁ ଜ୍ୟାକେଟ ପିନ୍ଧା ମଉସା । ମୁଁ ତୁମ ସହ କଥା ହେଉଛି । ଦୟାକରି ମଞ୍ଚ ଉପରକୁ ଆସନ୍ତୁ ନାହିଁ । ଦୟାକରି ଟିକେ ପଛକୁ ରୁହନ୍ତୁ । ଆମର ପରଫର୍ମାନ୍ସ ଏବେ ବି ବାକି ଅଛି। ମୁଁ ଅନୁରୋଧ କରୁଛି ଯେ, କାର୍ଯ୍ୟକ୍ରମ ଉପଭୋଗ କରନ୍ତୁ । ଆଉ ଆମକୁ ସହଯୋଗ କରନ୍ତୁ।’

ପ୍ରାଞ୍ଜଲ ଦହିଆଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ପ୍ରଶଂସକମାନେ ତାଙ୍କ ସମର୍ଥନରେ ବାହାରିଛନ୍ତି । ସେପଟେ କେହି କେହି ପ୍ରାଞ୍ଜଲଙ୍କ ଏଭଳି ବ୍ୟବହାରକୁ ତାଙ୍କର ଅହଙ୍କାର ବୋଲି କହିଛନ୍ତି । ଜଣେ ୟୁଜର ଲେଖିଛନ୍ତି, ପ୍ରାଞ୍ଜଲ ଠିକ୍ କାମ କରିଛନ୍ତି । କଳାକାରମାନଙ୍କୁ ଖେଳଣା ପରି ବ୍ୟବହାର କରାଯିବା ଉଚିତ୍ ନୁହେଁ। ଅନ୍ୟ ଜଣେ ଲେଖିଛନ୍ତି, ଭାରତରେ କି ପ୍ରକାରର ଲୋକ ଅଛନ୍ତି ? ସେମାନଙ୍କ ସାମ୍ନା କରିବାକୁ ମଧ୍ୟ ଭୟ ଲାଗେ।

ପ୍ରାଞ୍ଜଲ ଦହିଆ ଟିକଟକରେ ଭିଡିଓ କରୁଥିଲେ । ସେ ବହୁତ ଲୋକପ୍ରିୟତା ପାଇଥିଲେ । ଏହା ପରେ ତାଙ୍କୁ ହରିୟାଣୀ ଗୀତ ପାଇଁ ଅଫର ମିଳିଥିଲା। ସେ ‘୫୨ ଗଜ୍ କା ଦମନ’ଗୀତ ମାଧ୍ୟମରେ ସଂଗୀତ ଦୁନିଆରେ ପାଦ ଥାପିଥିଲେ । ତାଙ୍କର ‘ବଲମ୍ ଥାନେଦାର’ ଗୀତ ମଧ୍ୟ ହଇଚଇ ସୃଷ୍ଟି କରିଥିଲା। ତାଙ୍କର ଜିପ୍ସି, ନାଚୁଙ୍ଗି ଡିଜେ ଫ୍ଲୋର୍ ପର ଏବଂ ଚମକ୍ ଧୂପ୍ କି’ ଭଳି ଗୀତ ମଧ୍ୟ ବହୁତ ଲୋକପ୍ରିୟ ହୋଇଥିଲା ।