ବୌଦ୍ଧ MVI ଗିରଫ : ବହୁତଳ କୋଠା ସହ ରହିଛି ୪୪ପ୍ଲଟ୍, ଝିଅ ପଢାରେ ୪୦ଲକ୍ଷ ଟଙ୍କା ଖର୍ଚ୍ଚ

Published By : Prameya-News7 Bureau | August 04, 2025 IST

ବୌଦ୍ଧ ୪।୮: ଗିରଫ ହେଲେ ବୌଦ୍ଧ MVI ଗୋଲାପ ଚନ୍ଦ୍ର ହାଁସଦା । ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଗିରଫ ହୋଇଛନ୍ତି । ଓଡ଼ିଶା ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ସୂଚନା । ରବିବାର ଠାରୁ ୬ ସ୍ଥାନରେ ରେଡ୍ କରୁଥିଲା ଭିଜିଲାନ୍ସ ଟିମ୍ । ରେଡ୍ ସମୟରେ ବିଭିନ୍ନ ସ୍ଥାନରୁ ଗୋଟିଏ ବହୁତଳ କୋଠା, ୪୪ଟି ପ୍ଲଟ୍, ୧ କେଜି ସୁନା, ୨ କେଜି ରୁପା, ନଗଦ ୨.୩୮ ଲକ୍ଷ, ୧ କୋଟି ୩୪ର ଡିପୋଜିଟ୍ ଏବଂ ଝିଅର ମେଡିକାଲ ପଢା ପାଇଁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ସୂଚନା ମିଳିଛି । ବେନାମୀ ସମ୍ପତ୍ତିର ଗୋଟିଏ ଡାଏରୀ ମଧ୍ୟ ଜବତ କରିଛି ଭିଜିଲାନ୍ସ ।  ତାଙ୍କୁ ବାରିପଦା ଭିଜିଲାନ୍ସ କୋର୍ଟରେ ହାଜର କରାଯିବ ।

You Can Read:

ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସମ୍ପନ୍ନ, ବାୟାବର ଗାଁ କବରସ୍ତାନରେ ଦିଆଗଲା କବର


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.