ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର, ୧୦ ହଜାର ଟଙ୍କା ନେବାବେଳେ ଧରାପଡ଼ିଲେ

NEWS7
boney-kapoor-talks-about-the-odia-film

ଭଞ୍ଜନଗର ୧୨।୨: ଲାଞ୍ଚ ନେବାବେଳେ ଭିଜିଲାନ୍ସ ପଞ୍ଝାରେ ଗଞ୍ଜାମ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର କବିରାଜ ସେଠୀ । ବେଆଇନ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିଥିଲେ । ଟ୍ରାକ୍ଟର ମାଲିକଙ୍କୁ ୪୦ ହଜାର ଟଙ୍କା ଜରିମାନା ଲଗାଇଥିଲେ । ଗୁରୁବାର ଜରିମାନା ବାବଦକୁ ୪୦ ହଜାର ଟଙ୍କା ଦେଇଥିଲେ ଟ୍ରାକ୍ଟର ମାଲିକ । ହେଲେ ମାଲିକଙ୍କୁ ୩୦ ହଜାର ଟଙ୍କାର ରସିଦ ଧରାଇ ଦେଇ ୧୦ ହଜାର ଟଙ୍କା ନିଜ ପକେଟ୍କୁ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ଅତିରିକ୍ତ ତହସିଲଦାରଙ୍କ ସହ ଆଉ ୩ ଜଣ ଆରଆଇଙ୍କୁ ମଧ୍ୟ ଅଧିକ ପଚରାଉଚରା ପାଇଁ ନେଇଛି ବ୍ରହ୍ମପୁର ଭିଜିଲାନ୍ସ ।