ସାଲେପୁର ୨୯।୫: ଭଡ଼ା ଘରେ ବୋମା ବିସ୍ଫୋରଣ । ତିଆରି ବେଳେ ବୋମା ଗୁଡ଼ିକ ବିସ୍ଫୋରଣ ହୋଇଥିବା ସୂଚନା । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ତେବେ ଏହା ପଛରେ ପାକିସ୍ତାନୀ ଲିଙ୍କ୍ ଥିବା ସନ୍ଦେହ କରାଯାଉଛି ।
ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ଝାଡେଶ୍ବରପୁର ପଞ୍ଚାୟତ ମଙ୍ଗିଗଡା ନିକଟରେ ଏକ ଭଡ଼ା ଘରେ ରହୁଥିବା ଜଣେ ବ୍ୟକ୍ତି ବୋମା ତିଆରି କରୁଥିଲେ । ବୁଧବାର ବିଳମ୍ବିତ ରାତିରେ କୌଣସି କାରଣ ବଶତଃ ବୋମା ଗୁଡ଼ିକ ଫାଟି ଯାଇଥିଲା । ଯାହା ଫଳରେ ଘରଟି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା । ଏଥିରେ ବୋମା ତିଆରି କରୁଥିବା ବ୍ୟକ୍ତି ଜଣଙ୍କ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣାସ୍ଥଳରେ ନେମାଳ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ଘଟଣାସ୍ଥଳରୁ ବିଭିନ୍ନ ପ୍ରକାରର ବୋମା ତିଆରି ସାମଗ୍ରୀ ସହିତ ଗୋଟିଏ ବାଇକ୍, ଗ୍ୟାସ୍ ଟାଙ୍କି ଏବଂ ବିଭିନ୍ନ ସାମଗ୍ରୀ ପୋଲିସ ଜବତ କରିଛି ।
ତେବେ ଏହି ଘଟଣା ପଛରେ ପାକିସ୍ତାନୀ ଲିଙ୍କ୍ ଥିବା ସନ୍ଦେହ କରାଯାଉଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେବା ସହ ପୋଲିସ ସ୍ଥାନୀୟ ଅଞ୍ଚଳ ପାଇଁ ହାଇଆଲର୍ଟ ଜାରି କରିଛି ।
You Can Read:
ରାସ୍ତାକଡ଼ରେ ଥିବା ଟ୍ରକକୁ ପିଟିଲା ତୀର୍ଥ ଯାତ୍ରୀ ବସ୍, ଗାଡ଼ିରେ ଥିଲେ ୨୦ ଯାତ୍ରୀ