ପାଟ୍ରୋଲିଂ ସମୟରେ ବିଷାକ୍ତ ସାପକୁ ସାମ୍ନା କଲେ IFS ଅଧିକାରୀ, ସୋସିଆଲ ମିଡିଆରେ କଲେ ଭାଇରାଲ

NEWS7
bollywood-producer-boney-kapoor-actor-arjun-kapoor-invite-odisha-cm-

ନୂଆଦିଲ୍ଲୀ: ଜଙ୍ଗଲରେ ରାତି ପାଟ୍ରୋଲିଂ ସମୟ କେତେ ବିପଦଜ୍ଜନକ ହୋଇପାରେ, ବୋଧହୁଏ ଜଣେ ସାଧାରଣ ଲୋକଟିଏ ପରିକଳ୍ପନା କରିନଥିବ। କିନ୍ତୁ ଥରେ ଭାବିଲେ ରାତିରେ ଆପଣ ଯାଉଛନ୍ତି, ଆପଣଙ୍କ ଆଗରେ ବିରାଟକାୟ ସାପକୁ ଦେଖିଲେ, ସେସମୟରେ କେମିତି ଲାଗୁଥିବ। ଠିକ୍ ସେମିତି ଏକ ଅନୁଭବ ସାମ୍ନା କରିଛନ୍ତି ଜଣେ ଭାରତୀୟ ବନସେବା ଅଧିକାରୀ IFS।

ପରିକଲ ଜଙ୍ଗଲରେ ଏକ ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା ଯାହା ସୋସିଆଲ ମିଡିଆ ୟୁଜର୍ସଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଜଣେ IFS ଅଫିସର ପାଣି ମଝିରେ ବିଷାକ୍ତ ସାପକୁ ଶାନ୍ତିରେ ପହଁରୁଥିବାର ଦେଖିଥିଲେ। ଅନ୍ଧାର ଏବଂ ପ୍ରବାହିତ ପାଣି ମଧ୍ୟରେ, ଦୃଶ୍ୟଟି ଯେତିକି ସୁନ୍ଦର ଥିଲା ସେତିକି ବିପଦପୂର୍ଣ୍ଣ ମଧ୍ୟ ଥିଲା।

IFS ଅଧିକାରୀ ପରବୀନ କାସୱାନ Xରେ ଭିଡିଓଟି ସେୟାର କରିଛନ୍ତି। ଭିଡିଓଟି ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ସାପଟି ଟର୍ଚ୍ଚଲାଇଟର ଆଲୋକରେ ପାଣି ମଧ୍ୟ ଦେଇ ଖସିଯାଉଛି। ରାତିର ନୀରବତାରେ ଦୃଶ୍ୟଟି ସତେ ଯେପରି ଡକ୍ୟୁମେଣ୍ଟାରୀ ଫିଲ୍ମ ପରି ଥିଲା। ଯେମିତି ଲାଗୁଥିଲା ସାପର ଦୁଇ ରୂପ- ଯେତିକି ଶାନ୍ତ, ସେତିକି ବିଷାକ୍ତ।

ଅଧିକାରୀ ପରବୀନ କାସୱାନ କହିଛନ୍ତି ଯେ ଏହା ଏକ ବ୍ୟାଣ୍ଡେଡ୍ କ୍ରେଟ୍, ଭାରତରେ ଦେଖାଦେଉଥିବା ଅତ୍ୟନ୍ତ ବିଷାକ୍ତ ସାପ। ଶରୀରରେ କଳା ଏବଂ ହଳଦିଆ ପଟି ଏହାର ପରିଚୟ। ଏହାକୁ ଚିହ୍ନଟ ପାଇଁ ଅନନ୍ୟ ଏବଂ ସ୍ୱତନ୍ତ୍ର ରଙ୍ଗ ଦେଇଛି ପ୍ରକୃତି, ଯାହା ଦ୍ୱାରା ମଣିଷ ଦୂରତା ବଜାୟ ରଖିପାରିବ।

ଭିଡିଓରେ ପାଣିରେ ସାପର ଶାନ୍ତ ଭାବେ ପହଁରିବା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଲୋକମାନେ ସାଧାରଣତଃ ସ୍ଥଳଭାଗରେ ସାପ ଘସି ଘସି ହେଉଥିବାର ଦେଖନ୍ତି, କିନ୍ତୁ ପାଣିରେ ଏହାର ଉପସ୍ଥିତି ଏହି ମୁହୂର୍ତ୍ତକୁ ଆହୁରି ବିରଳ କରିଦେଇଛି।

ଭିଡିଓ ଭାଇରାଲ ହେବା ମାତ୍ରେ କମେଣ୍ଟ ଦେଇଛନ୍ତି ୟୁଜର୍ସ। ଅନେକ ଏହାକୁ ପ୍ରକୃତିର ଏକ ଆଶ୍ଚର୍ଯ୍ୟଜନକ ସୃଷ୍ଟି ବୋଲି କହିଛନ୍ତି। କିଛି ୟୁଜର୍ସ ସେମାନଙ୍କର ଅଭିଜ୍ଞତା ମଧ୍ୟ ସେୟାର କରିଛନ୍ତି। ଏପରି ସାପକୁ ସାମ୍ନା କରିବା କେତେ ଭୟଙ୍କର ହୋଇପାରେ ତାହା ବର୍ଣ୍ଣନା କରିଛନ୍ତି। ଜଙ୍ଗଲରେ ଏହାର ସୌନ୍ଦର୍ଯ୍ୟ ସହିତ ବିପଦ ଉପସ୍ଥିତ ଥାଏ, ଏବଂ ପ୍ରକୃତି ପ୍ରତି ସମ୍ମାନ ଏବଂ ସତର୍କତା ଉଭୟ ଅତ୍ୟାବଶ୍ୟକ ବୋଲି କହିଛନ୍ତି ୟୁଜର୍ସ।