ସୋଆ ‘କୃଷକ ରତ୍ନ ସମ୍ମାନ ୨୦୨୫’, ସମ୍ମାନିତ ହେଲେ ୧୦ ଚାଷୀ

NEWS7
bollywood-beauty-wants-to-date-indian-cricket-spinner-kuldip

ଭୁବନେଶ୍ବର: ପ୍ରମେୟ ନ୍ୟୁଜ ସେଭେନ ଏବଂ ସୋଆ ପକ୍ଷରୁ ଆୟୋଜିତ ହୋଇଯାଇଛି କୃଷକ ରତ୍ନ ସମ୍ମାନ ୨୦୨୫ । ଯେଉଁଥିରେ ବିଭିନ୍ନ ପ୍ରାନ୍ତରୁ ସମ୍ମାନିତ ହୋଇଛନ୍ତି ୧୦ ଜଣ ଚାଷୀ । ଚାଷ କ୍ଷେତ୍ରରେ ଓଡ଼ିଶା କିଭଳି ବିଶ୍ବ ସ୍ତରରେ ନିଜର ସ୍ଥାନ ତିଆରି କରିବ ସେହି ଉଦ୍ଦେଶ୍ୟ ସହ ଆୟୋଜିତ ହୋଇଛି ଏହି ସମ୍ମାନ କାର୍ଯକ୍ରମ । ସେପଟେ ଚାଷୀ କହିଛନ୍ତି କୃଷକ ରତ୍ନ ସମ୍ମାନ ଆହୁରି ଅଧିକ ଚାଷ କରିବା ପାଇଁ ଉତ୍ସାହିତ କରିଛି ।

ଚାଷୀ ଦେଶର ଆର୍ଥିକ ମାନ ଦଣ୍ଡ । ସେମାନେ ହସିଲେ ଦେଶ ହସିବ। ଏହି ଭିତ୍ତିରେ ଗିଭିଂ ବ୍ୟାକ ଟୁ ଦ ସୋସାଇଟି ଲକ୍ଷ୍ୟରେ ଆୟୋଜିତ କରିଛୁ ଚାଷୀଙ୍କ ପାଇଁ ସମ୍ମାନର ପର୍ବ କୃଷକ ରତ୍ନ ସମ୍ମାନ । ସୋଆ ଉପସଭାପତି ଡ. ଶାସ୍ବତୀ ଦାସ୍ ଅତିଥି ରୂପେ ଯୋଗ ଦେଇ ଚାଷୀଙ୍କ ଅବଦାନକୁ ସାଧୁବାଦ୍ ଦେବା ସହ ଯୁବ ପିଢ଼ିଙ୍କୁ ଚାକିରୀ ପଛରେ ନ ଗୋଡ଼ାଇ ଚାଷ ପ୍ରତି ଆଗ୍ରହୀ ହେବାକୁ ଆହ୍ବାନ ଦେଇଛନ୍ତି । ଏଥି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ସେ କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ ଏଭଳି ଏକ କାର୍ୟ୍ୟକ୍ରମ କରି ଚାଷୀଙ୍କୁ ଉତ୍ସାହିତ କରୁଛନ୍ତି । ସରକାର ଚାଷୀଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ କିସ୍ତି ଭିତ୍ତିରେ ଚାଷ ପାଇଁ ସହାୟତା ରାଶି ପ୍ରଦାନ କରାଯାଉଛି ।

ଅନ୍ୟପଟେ ଗତ ଦେଢ ବର୍ଷ ମଧ୍ୟରେ ରାଜ୍ୟରେ ହେଉଥିବା ପନିପରିବା ଓ ଫଳକୁ ଦୁବାଇ, ଆବୁଧାବି ଭଳି ବାହାର ଦେଶକୁ ପହଞ୍ଚାଇ ପାରୁଛୁ । ତେବେ କେବଳ ଋଣ ନୁହେଁ ନିଜେ ଜୈବିକ ଚାଷ କରିବା ପାଇଁ ମନ ବଳାଇଲେ ଚାଷୀ ଆଗକୁ ଯାଇ ପାରିବେ ବୋଲି କହିଛନ୍ତି । ପ୍ରମେୟ ନିଉଜ 7 ଏବଂ ସୋଆ ପକ୍ଷରୁ ଆୟୋଜିତ ୩ ୟ କୃଷକ ରତ୍ନ ସମ୍ମାନରେ ୧୦ ଜଣ ଚାଷୀଙ୍କୁ ସମ୍ମାନିତ କରିଛନ୍ତି ମନ୍ତ୍ରୀ ଓ ସୋଆ ଭାଇସ୍ ପ୍ରେସିଡେଣ୍ଟ । କିଏ ଛତୁ ଚାଷ ତ ଆଉ କିଏ ଧାନ । କିଏ ଫଳ ପନି ପରିବା ତ ଆଉ କିଏ ପଶୁ । ରାଜ୍ୟର କୋଣ ଅନୁକୋଣରୁ ଶତାଧିକ ଚାଷୀଙ୍କ ମଧ୍ୟରୁ ବେଷ୍ଟ ୧୦ କୁ ସମ୍ମାନିତ କରାଯାଇଛି ।

ସେହିପରି ଶିକ୍ଷା ଓ ଅନୁସନ୍ଧାନ ଅଧିନ ସୋଆ ଏଗ୍ରି କଲଚର ବିଶ୍ୱ ବିଦ୍ୟାଳୟ ଚାଷ ଓ ଚାଷୀ ସୃଷ୍ଟି କରିବାରେ ଅନନ୍ୟ ଭୂମିକା ଗ୍ରହଣ କରିଛି । ନୂତନ ଟେକ୍ନୋଲୋଜି ମାଧ୍ୟମରେ ଚାଷ ପ୍ରଣାଳୀକୁ ମଧ୍ୟ ପ୍ରାଧାନ୍ୟ ଦେଇଛି । ତେଣୁ ସାରା ରାଜ୍ୟରୁ ଦକ୍ଷ ଚାଷୀଙ୍କୁ ଖୋଜିବାରେ ବିଶାଳ ଭୂମିକା ମଧ୍ୟ ବିଶ୍ୱ ବିଦ୍ୟାଳୟର ରହିଛି । ଅନ୍ୟପଟେ ପୁରଷ୍କୃତ ଚାଷୀ କହିଛନ୍ତି ଚାଷୀ ଚାଷ ଜମିରେ ସିମୀତ ନ ରହି ସମ୍ମାନର ଅଧିକାର ମଧ୍ୟ ହୋଇପାରିବ ଏହି କୃଷକ ରତ୍ନ ସମ୍ମାନ ଶିଖାଇଛି । ଆଗାମ ଦିନରେ ଆହୁରି ଅଧିକ ଚାଷ କରିବା ସହ ଚାଷୀ ପାଇଁ ଯୁବ ପିଢୀଙ୍କୁ ବୁଝାଇବୁ ।

ଏହି ଅବସରରେ ଗୃପ ଏଡିଟର ଦେବ ନାରାୟଣ ସେଠୀ , ପ୍ରମେୟର ବାର୍ତ୍ତା ସଂପାଦକ ଧିରେନ୍ ନାରାୟଣ ମିଶ୍ର , ପ୍ରସାର ବିଭାଗ ଡିଜିଏମ୍ ଗଜେନ୍ଦ୍ର ଦାସ୍ , ପ୍ରମେୟର ସେଲସ୍ ମାର୍କେଟିଂ ଡିଜିଏମ ସିଦ୍ଧାର୍ଥ ରାଏ, ଏସଏଫ ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ ।