ଭାରତୀୟ ଜର୍ସି ପିନ୍ଧିଥିଲେ ପାକିସ୍ତାନୀ ଖେଳାଳି, ବାସନ୍ଦ କଲା କବାଡି ଫେଡେରେସନ

NEWS7
bolero-fall-in-well-at-patna

ନୂଆଦିଲ୍ଲୀ, ୨୮/୧୨: ଭାରତର ଜର୍ସି ପିନ୍ଧିଲେ ପାକିସ୍ତାନୀ ଖେଳାଳି । ଏବେ ମହଙ୍ଗା ପଡିଲା ଏପରି କାରନାମା । ଜର୍ସି ପିନ୍ଧିବା ସହ ତ୍ରିରଙ୍ଗା ପତାକା ଧରିଥିବାରୁ ପାକିସ୍ତାନୀ କବାଡି ଖେଳାଳି ଉବାଇଦୁଲ୍ଲା ରାଜପୁତଙ୍କୁ ଅନିଶ୍ଚିତ କାଳ ପାଇଁ ବାସନ୍ଦ କରାଯାଇଛି । ବାହାରିନରେ ଖେଲାଯାଇଥିବା ଏକ ଟୁର୍ଣ୍ଣାମେଣ୍ଟରେ ରାଜୁପତ ଭାରତୀୟ ଜର୍ସି ପରିଧାନ କରିଥିଲେ । ଯେଉଁଥିପାଇଁ ତାଙ୍କୁ ଏପରି ଦଣ୍ଡ ମିଳିଛି ।

ସୂଚନାନୁସାରେ, ଚଳିତବର୍ଷ ବାହାରିନରେ ଏକ କବାଡି ପ୍ରତିଯୋଗିଡା ଥିଲା । ଏଥିରେ ରାଜପୁତ ଭାଗ ନେଇଥିଲେ । ସେ ନିଜ ଦେଶର କବାଡି ଫେଡେରେସନରୁ ଅନୁମତି ନନେଇ ଦେଶ ବାହାରେ ଖେଳିଥିଲେ । ଏପରିକି ସେ ସେଠାରେ ଭାରତୀୟ ଜର୍ସି ପରିଧାନ କରିଥିଲେ । ଭାରତୀୟ ପତାକା ମଧ୍ୟ ଧରିଥିଲେ । ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ତେବେ ରାଜପୁତଙ୍କ ବିରୋଧରେ ପାକ୍ କବାଡି ଫେଡେରେସନ ଆକ୍ସନ୍ ନେଇଛି । ତାଙ୍କୁ ଅନିଶ୍ଚିତ ସମୟ ପାଇଁ ବାସନ୍ଦ କରାଯାଇଛି । ଘଟଣାକୁ ନେଇ ପାକ୍ କବାଡି ଫେଡେରେସନର ସଚିବ ରାଣା ସରଓ୍ୱାର କହିଛନ୍ତି ଯେ, ରାଜପୁତ ଦଣ୍ଡ ବିରୋଧରେ ଆବେଦନ କରିପାରିବେ । ଏହା ଗୁରୁତର ଘଟଣା । ସେ ଫେଡେରେସନର ଅନୁମତି ବିନା ବାହାରେ ଖେଳିଥିଲେ । ଏପରିକି ଭାରତର ଜର୍ସି ପରିଧାନ କରିଥିଲେ । ତେବେ ରାଜପୁତ କେବେହେଲେ ଭାରତୀୟ ଟିମ୍ ପାଇଁ ଖେଳିବେ ବୋଲି ଜାଣିନଥିଲେ । ସେ ନିଜ ଭୁଲ ସ୍ୱିକାର କରିଛନ୍ତି ।

ରାଣା ଆହୁରି କହିଛନ୍ତି ୟେ, ଆହୁରି ଅନେକ ଖେଳାଳି ବାହାରିନରେ ଖେଳିଥିଲେ । ସେମାନଙ୍କୁ ମଧ୍ୟ ବାସନ୍ଦ କରାଯାଇଛି । କିଛି ଦିନ ପୂର୍ବରୁ ରାଜପୁତ କ୍ଷମା ମାଗିଥିଲେ । ବାହାରିନରେ ଭାରତୀୟ ପକ୍ଷରୁ ଖେଳିବା ପାଇଁ ସେ ଆୟୋଜକଙ୍କୁ ମନା କରିଥିଲେ । ଏପରିକି ଭାରତ କିମ୍ବା ପାକିସ୍ତାନର ନାଁ ନନେବାକୁ କହିଥିଲେ । ପରେ କିନ୍ତୁ ସେ ଭାରତ ପକ୍ଷରୁ ଖେଳୁଥିବା ଜାଣିବାକୁ ପାଇଥିଲେ । ତଥାପି ତାଙ୍କୁ ବାସନ୍ଦ କରାଯାଇଥିବା ଫେଡେରେସନର ସଚିବ କହିଛନ୍ତି ।