ଚଣ୍ଡିଖୋଲ ୦୪।୦୮ : ଶ୍ରାବଣର ଶେଷ ସୋମବାର । ଏଥିପାଇଁ ଶୈବାଳୟରେ ଲାଗିଛି କାଉଡିଆଙ୍କ ଭିଡ଼ ।ଏହିକ୍ରମରେ ଯାଜପୁର ଜିଲ୍ଲା ବଡ଼ଚଣା ନିର୍ବାଚନ ମଣ୍ଡଳୀର ବିଶେଶ୍ୱର ଶୈବ ପୀଠରେ କାଉଡ଼ିଆଙ୍କ ଭିଡ଼ ଲାଗିଛି । ଶ୍ରଦ୍ଧାଳୁମାନେ ମହାବିନାୟକ ପ୍ରଭୁଙ୍କୁ ଜଳଲାଗି ନିମନ୍ତେ ଭିଡ଼ ଥିବାର ନଜର ଆସିଛି । ଝରକୁଲ ନଦୀ ଘାଟରୁ ଜଳ ଭାର କାନ୍ଧେଇ ଆଣି ଭୋଳାନାଥଙ୍କ ନାମ ଜପ କରି ବିଶେଶ୍ୱର ପୀଠରେ ପହଞ୍ଚିଥିଲେ । ମନ୍ଦିର ପରିକ୍ରମା କରିବା ପରେ ଜଳାଭିଷେକ କରିଥିଲେ । ସେପଟେ ସ୍ଥାନୀୟ ପ୍ରଶାସନ ଓ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଭିଡ଼କୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷେପ ନିଆଯାଇଛି । ଏପିରିକି ବିଶ୍ରାମାଗାରରେ ଆଲୋକୀକରଣ ସହ ବଡ଼ଚଣା ପ୍ରଶାସନ ପକ୍ଷରୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଛି ।
ଭାରତର ଜମିକୁ ଚୀନ ହଡ଼ପ କରିଛି ବୋଲି ଜାଣିଲେ କେମିତି?...
