ଅହମ୍ମଦାବାଦ ପ୍ଲେନ୍ କ୍ରାସ୍: ୨୪୮ ଲୋକଙ୍କ କ୍ଷମତା, GEnx-1B ଇଞ୍ଜିନ୍...ଦୁର୍ଘଟଣାଗ୍ରସ୍ତ ବିମାନ ବିଷୟରେ ଜାଣନ୍ତୁ ସବୁକିଛି

Published By : Prameya-News7 Bureau | June 12, 2025 IST

ନୂଆଦିଲ୍ଲୀ: ଗୁରୁବାର ଅହମ୍ମଦାବାଦର ବିମାନବନ୍ଦରରୁ ଉଡ଼ାଣ ଭରିବା ସମୟରେ ବୋଇଂ ୭୮୭ ଡ୍ରିମଲାଇନର୍ ଏୟାର ଇଣ୍ଡିଆର B787 ବିମାନ VT-ANB ଦୁର୍ଘଟଣାଗ୍ରସ୍ତ ହୋଇଛି । ଡିଜିସିଏ ସୂଚନା ଅନୁସାରେ ବିମାନରେ ୨୪୨ ଜଣ ଯାତ୍ରୀ ଥିଲେ । ଯେଉଁଥିରେ ୨ ଜଣ ପାଇଲଟ୍ ଏବଂ କ୍ୟାବିନ କ୍ରିୟୁ ଥିଲେ । ବିମାନଟି ଲଣ୍ଡନ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । 

ଏୟାର ଇଣ୍ଡିଆ AI171 ଦୁର୍ଘଟଣାରେ ସାମିଲ ବିମାନ ଏକ ବୋଇଂ ୭୮୭-୮ ଡ୍ରିମଲାଇନର । ଏହାର ପଞ୍ଜିକରଣ ନମ୍ବର VT-ANB ଏବଂ ସିରିଏଲ୍ ନମ୍ବର ୩୬୨୭୯ । ବିମାନଟି ୧୪ ଡିସେମ୍ୱର ୨୦୧୨ରେ ପ୍ରଥମ ଉଡ଼ାଣ କରିଥିଲା ଏବଂ ଜାନୁଆରୀ ୨୦୧୪ରେ ଏୟାର ଇଣ୍ଡିଆକୁ ଦିଆଯାଇଥିଲା ।

ବୋଇଂ ୭୮୭-୮ ଡ୍ରିମଲାଇନର ବିମାନ ଦୁଇଟି-କ୍ଲାସ୍‌ରେ ୨୪୮ ଲୋକଙ୍କୁ ନେଇପାରିବ । ଅନ୍ତର୍ଜାତୀୟ ଦୀର୍ଘ ଦୂର ମାର୍ଗରେ ଏହି ବିମାନକୁ ବ୍ୟବହାର କରାଯାଇଥାଏ । ଏହି ବିମାନରେ ବିଜନେସ କ୍ଲାସର ୧୮ଟି ଆସନ ରହିଛି । ସେପଟେ କିଛି ମିଡିଆ ରିପୋର୍ଟ ଦାବି ଅନୁସାରେ, ଆଜିର AI 171 ଦୁର୍ଘଟଣା ସାରା ବିଶ୍ୱରେ ଆତଙ୍କର ପରିସ୍ଥିତି ସୃଷ୍ଟି କରିଛି । ଏହା ବୋଇଂ ୭୮୭ ଡ୍ରିମଲାଇନରର ପ୍ରଥମ ଦୁର୍ଘଟଣା ।

Also Read: Plane Crash: ଭାରତରେ ବିମାନ ଦୁର୍ଘଟଣାର ଇତିହାସ, ୩୭ ବର୍ଷ ପୂର୍ବେ ବି ଅହମ୍ମଦାବାଦରେ କ୍ରାସ୍ ହୋଇଥିଲା ପ୍ଲେନ୍, ୧୩ ଜଣ ମୃତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.