ବଳିଆପଣ୍ଡା ସାହି ସମୁଦ୍ର କୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ମାଆ

Published By : Prameya-News7 Bureau | August 01, 2025 IST

ପୁରୀ: ବଳିଆପଣ୍ଡା ସାହି ସମୁଦ୍ର କୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର। ମୃତ ଯୁବକଙ୍କ ପରିଚୟ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ରାମଚଣ୍ଡୀ ବାଲିକୁଦା ବସ୍ତିର ଲୋକନାଥ ମୁଦୁଲି ବୋଲି ଜଣାପଡ଼ିଥିବାବେଳେ ବଳିଆପଣ୍ଡା ଥାନା ପୋଲିସ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ସୂଚନା ଅନୁସଯାୟୀ, ଗତକାଲି ବଳିଆପଣ୍ଡା ସମୁଦ୍ରରେ ଏକ ମୃତଦେହ ଭାସୁଥିବାର ପୋଲିସ ପାଖରେ ଖବର ପହଞ୍ଚିଥିଲା। ବଳିଆପଣ୍ଡା ଥାନା ପୋଲିସ ସମୁଦ୍ର କୂଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। 

ଘଟଣାକୁ ନେଇ ପୋଲିସ ତଦନ୍ତ କରୁଥିବାବେଳେ ମୃତକଙ୍କ ମାଆ ହତ୍ୟା ଅଭିଯୋଗ ଆଣିଛନ୍ତି। ଶ୍ବଶୁର ଘର ଲୋକେ ତାଙ୍କ ପୁଅକୁ ହତ୍ୟା କରି ସମୁଦ୍ରରେ ଫିଙ୍ଗି ଦେଇଥିବା ମୃତକଙ୍କ ମାଆ ଅଭିଯୋଗ କରିଛନ୍ତି। ସେପଟେ ଘଟଣାର ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.