ଦୀର୍ଘ ୪୦ ଘଣ୍ଟା ପରେ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର, କାହ୍ନାକୁଣ୍ଡରେ ଭାସିଯାଇ ନିଖୋଜ ଥିଲେ

Published By : Prameya-News7 Bureau | August 01, 2025 IST

ସୁନ୍ଦରଗଡ ୧।୮: ସୁନ୍ଦରଗଡ଼ ଇବ୍ ନଦୀ କାହ୍ନାକୁଣ୍ଡରେ ଭାସିଯାଇ ନିଖୋଜ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଦୀର୍ଘ ୪୦ ଘଣ୍ଟା ପରେ ଦୁଇ ଜଣଙ୍କ ମୃତଦେହ ମିଳିଛି । 

ସୂଚନାଯୋଗ୍ୟ ଯେ, ବୁଧବାର କନାକୁଣ୍ଡରେ ଗାଧୋଉଥିବା ବେଳେ ଭାସିଯାଇ ୨ ଯୁବକ ନିଖୋଜ ହୋଇଯାଇଥିଲେ । ଶୁକ୍ରବାର ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମାୟାବାହଲରେ ଜଣଙ୍କର ମୃତଦେହ ମିଳିଥିବା ବେଳେ କୁକୂରିଡିହାରୁ ଆଉ ଜଣଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ପାଣିରେ ଭାସୁଥିବା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଏହାପରେ ଅଗ୍ନିଶମ ବିଭାଗ ପହଞ୍ଚି ମୃତଦେହ ଉଦ୍ଧାର କରିଛି ।

You Can Read:

ରତ୍ନଭଣ୍ଡାର ଗଣତି ମଣତି କରିବେ RBIର ଦୁଇ ଜଣ ଏକ୍ସପର୍ଟ, ସୂଚନା ଦେଲେ ଆଇନ ମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.