ନବ ଦମ୍ପତିଙ୍କ ମୃତଦେହ ଉଦ୍ଧାର, ଦେଢ ମାସ ତଳେ କରିଥିଲେ ପ୍ରେମ ବିବାହ

Published By : Prameya-News7 Bureau | June 04, 2025 IST

NEWS UPDATE

ଭୁବନେଶ୍ବର ୪: ଗଛରେ ଝୁଲନ୍ତା ଅବସ୍ଥାରେ ନବ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି । ରାୟଗଡା ଜିଲ୍ଲା ଅଣ୍ଡିରାକଞ୍ଚ ଥାନା ଅନ୍ତର୍ଗତ ପାଇକକୁପାଖାଲ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତ୍ୟୁର ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଅଣ୍ଡିରାକଞ୍ଚ ଥାନା ପୋଲିସ ଦୁଇ ମୃତଦେହକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଦେଢ ମାସ ତଳେ ଉଭୟେ ପ୍ରେମ ବିବାହ କରିଥିଲେ । ମୃତକ ହେଲେ ଅଭି ଝୋଡିଆ ଓ ତାଙ୍କ ସ୍ତ୍ରୀ । ପୋଲିସ ତଦନ୍ତ ଜାରି ରଖିଛି । 

ସୂଚନାଯୋଗ୍ୟ ଯେ, ଗତ ଦେଢ ମାସ ତଳେ ଉକ୍ତ ଗ୍ରାମର କାମଦେବ ଝୋଡିଆଙ୍କ ପୁଅ ଅଭି ଝୋଡିଆ ଓ ଶୁଆଧର ଝୋଡିଆଙ୍କ ଝିଅ ଉଭୟ ପରିବାରର ସହମତିରେ ପ୍ରେମ ବିବିହ କରିଥିଲେ । ତେବେ କେଉଁ କାରଣ ଯୋଗୁଁ ଉଭୟଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି ତାହା ଜଣାପଡିନାହିଁ । ତେବେ ମୃତ୍ୟୁ ପଛରେ କେହି ଦାୟୀ ନୁହନ୍ତି ବୋଲି ଉଭୟଙ୍କ ପରିବାର ପୋଲିସକୁ ଲିଖିତ ଆକାରରେ ଅବଗତ କରାଇଛନ୍ତି । ତେବେ ପୂର୍ବରୁ ହିଁ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଥିବ ତେଣୁ ସେମାନେ ଆତ୍ମହତ୍ୟା କରିଥିବା ନେଇ ପୋଲିସ ଆଶଙ୍କା କରୁଛି । ଏନେଇ କୌଣସି ପୋଲିସ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

You Can Read:

ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ଚେଷ୍ଟା କରୁଛନ୍ତି ସରକାର, ୬ ତାରିଖରେ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.