LIVE TV

ଆମେରିକାରୁ ଫେରି ସେଜଲ କହିଲେ ମୋତେ ବୋହୂ କରି ନେଇଯା...ରାଜି ହୋଇଗଲେ ପରିବାର

NEWS7
bodies-of-a-widowed-woman-and-a-man-found-in-a-house-in-bhograi

ନୀଳଗିରି ୨୬/୧୧: ପ୍ରେମ ପାଇଁ ସାତ ଦରିଆ ପାର୍ । ଆମେରିକାରୁ ଓଡ଼ିଶା ଫେରିଛନ୍ତି ସେଜଲ ଜନ ଓରଫ ପୂଜା । ମିଛ ନାଟକ ରଚି ସେ ଆସିଛନ୍ତି ବାହୁଡି । ତେବେ ଯେଉଁ ପ୍ରେମ ପାଇଁ ସେ ଏତେ ଦୂର ଆସିଲେ ଏବେ ତାକୁ ମିଳିବାକୁ ଯାଉଛି ସ୍ୱିକୃତି । ସେଜଲଙ୍କୁ ବୋହୁ କରିନେବାକୁ ପୁରା ପ୍ରସ୍ତୁତ ରହିଛି ପ୍ରେମିକ ଅମର ଦାସଙ୍କ ପରିବାର । ପ୍ରେମିକ ଅମର ପାଇଁ ଆମେରିକ ଛାଡି ପ୍ରେମିକା ପୂଜା ବାଲେଶ୍ବର ଆସିଛନ୍ତି ।

କହିବାକୁ ଗଲେ ଆମେରିକାର ଜଣେ ଦମ୍ପତ୍ତି ଯିଏକି ତାଙ୍କୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରି ଭୁବନେଶ୍ବରରୁ ୨୦୧୮ରେ ଆମେରିକା ନେଇଥିଲେ । ସେହି ଦମ୍ପତ୍ତି ମାନସିକ ଓ ଶାରିରୀକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ ପୂଜା । ଏନେଇ ସେ ଆମେରିକାରୁ ଓଡିଶା ଫେରିବା ପାଇଁ ସୋସିଆଲ ମିଡିଆ ଜରିଆରେ ଗୁହାରୀ କରିଥିଲେ। ପୂଜାଙ୍କ ପ୍ରେମିକ ବାଲେଶ୍ବରର ଅମର ଦାସ ବାଲେଶ୍ବର ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ ପୂଜାଙ୍କ ଓଡିଶା ଫେରାଇ ଆଣିବାକୁ ।

ପୂଜା ବାଲେଶ୍ବର ଫେରିଛନ୍ତି । ଆଉ ବାଲେଶ୍ବର ଫେରିବା ପରେ ସେ ତାଙ୍କ ବୟାନ ବି ବଦଳାଇଛି । ଆମେରିକାର ତାଙ୍କୁ ପୋଷୁଥିବା ପିତାମାତା ତାଙ୍କୁ ନିର୍ଯାତନା ଦେଉଥିବା କଥା ସେ ଅସ୍ବିକାର କରିଛନ୍ତି । ସେ ଆହୁରି କହିଛନ୍ତି ସେ ଅମରକୁ ଭଲ ପାଉଛନ୍ତି। ଆଉ ଆମରକୁ ବାହା ହେବାପାଇଁ ଆମେରିକାରୁ ବାଲେଶ୍ବର ଆସିଛି ।

ପୂଜା ଏବେ ବାଲେଶ୍ବର ନାରୀସଂଘରେ ରହିଛନ୍ତି। ଅନ୍ୟପଟେ ଅମରଙ୍କ ପିତାମାତା ଭୁବନେଶ୍ୱରରେ ରହୁଥିବାବେଳେ ଅମର ରେମୁଣା ଆଳଦା ଗ୍ରାମରେ ଥିବା ତାଙ୍କ ଅଜା ଆଇଙ୍କ ଘରେ ରୁହନ୍ତି । ଅମରଙ୍କୁ ଭଲ ପାଇ ଆମେରିକାରୁ ପୂଜା ଆସିଥିବାରୁ ତାଙ୍କୁ ବୋହୁ କରି ନେବାକୁ ଅମରଙ୍କ ପୂରା ପରିବାର ରାଜିଥିବା ତାଙ୍କ ଆଇ କହିଛନ୍ତି ।