ଟପ୍ ମାଓ ନେତା ନିଖଲ ରାଉତ ଓ ତାଙ୍କ ପତ୍ନୀଙ୍କ ଆତ୍ମମସର୍ପଣ, ଦୁଇ ଜଣଙ୍କ ନାଁରେ ଥିଲା ୫୫ ଲକ୍ଷ ଟଙ୍କା ପୁରସ୍କାର ରାଶି

NEWS7
boat-capsizes-in-varanasi

ରାୟଗଡ଼ା/ ଭୁବନେଶ୍ୱର: ଟପ୍ ମାଓ ନେତା ନିଖିଲ ଓରଫ୍ ନିରଞ୍ଜନ ରାଓତ ଓ ତାଙ୍କ ପତ୍ନୀ ଇନ୍ଦୁ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏହି ଦୁହିଁଙ୍କୁ ମିଶାଇ ପ୍ରାୟ ୧୫ ଜଣ ମାଓବାଦୀ ଶୁକ୍ରବର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ ପୂର୍ବରୁ ଟପ୍ ମାଓ ନେତା ନିଖିଲ ରାଜ୍ୟ ସରକାରଙ୍କ ନିକଟରେ ୪ଟି ସର୍ତ୍ତ ରଖିଥିଲେ । ଦୀର୍ଘ ଦୁଇ ଦଶନ୍ଦି ଧରି ମାଓ ଦମ୍ପତ୍ତି ନିଖିଲ ଓ ଇନ୍ଦୁ ନକ୍ସଲ ସଂଗଠନ ସହ ଜଡିତ ରହିଥିବା ବେଳେ ଏକାଧିକ ହିଂସାକାଣ୍ଡରେ ସେମାନେ ସାମିଲ ଥିବା ଜଣାପଡିଛି । ମାଓନେତା ନିଖିଲ ବାସଧାରା-ଘୁମୁସର-ନାଗବଳୀ ଡିଭିଜନର ଦାୟିତ୍ୱରେ ଥିଲେ ।

ମାଓବାଦୀ ନିଖିଳ ଓ ତାଙ୍କ ଆତ୍ମଙ୍କ ସମର୍ପଣ ପରେ ୧୫ ଜଣ ଆତ୍ମ ସମର୍ପଣ କରିଛନ୍ତି । ଏମାନେ ରାଜ୍ୟ କମିଟି ସଦସ୍ୟ ଥିଲେ । ନିଖିଳ ଘର ଜଗତସିଂହପୁର ଅଞ୍ଚଳରେ ହୋଇଥିବାବେଳେ ଅଙ୍କିତାର ଘର କଟକ ଟାଙ୍ଗୀ ଅଞ୍ଚଳରେ । ଦୁଇ ଜଣଙ୍କ ନାମରେ ୫୫ ଲକ୍ଷର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଦୁଇ ଜଣ ଏକାଧିକ ମାଓ ହିଂସାରେ ସାମିଲ ଥିଲେ । କନ୍ଧମାଳ ଜିଲ୍ଲା ନିକଟବର୍ତ୍ତୀ ଅଞ୍ଚଳରେ ଏବେ ବି କିଛି ମାଓ ଗତିବିଧି ରହିଛି । ମାଓବାଦୀମାନଙ୍କୁ ମୁଖ୍ୟସ୍ରୋତକୁ ଫେରିବାକୁ ଡିଜିପି ଆହ୍ୱାନ ଦେଇଛନ୍ତି ।

୨୦୨୫ରେ ମାଓ ଦମନରେ ଓଡ଼ିଶାକୁ ବଡ଼ ସଫଳତା ମିଳିଥିଲା । ୨୫ଜଣ ମାଓବାଦୀଙ୍କୁ ଦମନ କରାଯାଇଥିଲା । ଏଥିରୁ ଦୁଇ ଜଣ ଥିଲେ ସେଣ୍ଟ୍ରାଲ କମିଟି ମେମ୍ବର । ସେମାନଙ୍କୁ ବି ନିପାତ କରାଯାଇଥିଲା । ୨୦୨୫ରେ ୨୫ ଜଣ ଆତ୍ମସମର୍ପଣ କରିଥିଲେ । ଚଲପତି ଓ ଗଣେଶ ଭଳି ସେଣ୍ଟ୍ରାଲ କମିଟି ସଦସ୍ୟଙ୍କ ଦମନ ପରେ ଆଉ କେହି ସେଣ୍ଟ୍ରାଲ ମେମ୍ବର ନାହାନ୍ତି । ଏବେ ଓଡ଼ିଶାରେ ଆଉ କିଛି ହାତଗଣତି ମାଓବାଦୀ ଅଛନ୍ତି । ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ଆତ୍ମ ସମର୍ପଣ କରିବେ, ନହେଲେ ନିପାତ କରାଯିବ । ରାଜ୍ୟ ସରକାରଙ୍କ ନୂତନ ସରେଣ୍ଡର-କମ୍-ପୁନର୍ବାସ ନୀତି ଅନୁଯାୟୀ, ସରେଣ୍ଡର କରିଥିବା କ୍ୟାଡରମାନେ ତାଙ୍କର ପଦ ମର୍ଯ୍ୟାଦା ଅନୁଯାୟୀ ଆର୍ଥିକ ସହାୟତା ପାଇବେ । ଆଜି ସରେଣ୍ଡର କରିଥିବା ୟୁଜି ମାଓବାଦୀ କ୍ୟାଡରମାନଙ୍କ ଉପରେ ଦଶ ଲକ୍ଷ ଛତିଶ ହଜାର ଟଙ୍କା ପୁରସ୍କାର ରାଶି ଦିଆଯାଉଛି । ପ୍ରତ୍ୟେକ ସରଣ୍ଡରୀଙ୍କୁ ତୁରନ୍ତ ଭାବେ ୨୫ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି ।