ଭୋଗରାଇ ୨୪।୦୮ : ଭାସିଗଲା ଡଙ୍ଗା । ସୁବର୍ଣ୍ଣରେଖା ନଦୀରେ ବନ୍ୟାପାଣିର ସ୍ରୋତରେ ଭାସିଗଲା ଡଙ୍ଗା । ଏପିରିକି ଡଙ୍ଗାରେ ଥିବା ଦୁଇ ଜଣ ପାଣିରେ ଭାସିଥିଲେ। ଯାହାପରେ ସେମାନଙ୍କୁ ଉଦ୍ଧାର କରାଯାଇଛି।
ଖବର ଅନୁଯାୟୀ, ଲଗାଣ ବର୍ଷା ପ୍ରଭାବରେ ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବଢିବାରେ ଲାଗିଛି । ଏପିରିକି ତଳିଆ ଅଞ୍ଚଳରେ ମଧ୍ୟ ଜଳସ୍ତର ବଢିଛି। ଭୋଗରାଇ ଓ ବାଲିଆପାଳକୁ ସଂଯୋଗ କରୁଥିବା ରସୁଲପୁର ରାସ୍ତା ଉପରେ ପ୍ରବାହିତ ହେଉଛି ୪ ଫୁଟ୍ର ବନ୍ୟା ପାଣି । ଯାହାଫଳରେ ଲୋକମାନେ ଡଙ୍ଗାରେ ରାସ୍ତା ପାର୍ ହେଉଥିଲେ। ପାଣିର ପ୍ରଖର ସ୍ରୋତ ଲାଗି ଡଙ୍ଗାଟି ଓଲଟିପଡିଥିଲା । ଫଳରେ ଡଙ୍ଗାରେ ଥିବା ୨ଟି ବାଇକ୍, ଦୁଇ କେନ୍ ସହ ୮ ଯାତ୍ରୀ ଭାସିଯାଇଥିଲେ । ଏହାପରେ ସେମାନଙ୍କୁ କୌଶଳକ୍ରମେ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକ । ଏପିରିକି କିଛି ଲୋକ ଭାସିବା ବେଳେ ପାଖରେ ଥିବା ଗଛକୁ ଧରି ନିଜ ଜୀବନ ବଞ୍ଚାଇ ଦେଇଥିଲେ ।