ଟେକ୍ସାସ ୧୪।୪: ବ୍ଲୁ ଓରିଜିନ ସୋମବାର ଏକ ଐତିହାସିକ ସବ ଓର୍ବିଟାଲ ସ୍ପେସ୍ ଫ୍ଲାଇଟ୍ କୁ ସଫଳତା ପୂର୍ବକ ପୁରା କରିଛି। ଏହି ମିସନରେ ସମସ୍ତ କ୍ରୁ ମହିଳା ଥିଲେ, ଯାହା ମହାକାଶ ଗବେଷଣାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ୬ ସଦସୀୟ କ୍ରୁ ରେ ପପ ଷ୍ଟାର କେଟି ପେରୀ ମଧ୍ୟ ସାମିଲ ଥିଲେ, ଯିଏ ମହିଳାଙ୍କ ଏକ ବିବିଧ ସମୂହରେ ସାମିଲ ହୋଇଥିଲେ। ଏହି ମିସନ ପାଇଁ ପଶ୍ଚିମ ଟେକ୍ସାସରେ ବ୍ଲୁ ଓରିଜିନର ଲଞ୍ଚ ସାଇଟ-୧ରେ ସକାଳ ସାଢେ ୮ଟାରେ ଲଞ୍ଚ ୱିଣ୍ଡୋ ଖୋଲିଥିଲା।
The Blue Origin all-female crew, including Katy Perry, have launched into Space. pic.twitter.com/18Oo6GAnOa
— Pop Base (@PopBase) April 14, 2025
ଏହି ମିସନକୁ ଅଧିକାରୀକ ଭାବେ ଏନଏସ-୩୧ ନାମ ଦିଆଯାଇଥିଲା ଓ ଏହା କମ୍ପାନୀର ଏକାଦଶତମ ମାନବ ମହାକାଶଯାନ ଥିଲା ଏବଂ ୧୧ ମିନିଟ୍ ଧରି ଚାଲିଥିଲା। ବ୍ଲୁ ଓରିଜିନ ଅନୁସାରେ ରକେଟ୍ ପୃଥିବୀରୁ ୬୦ ମାଇଲରୁ ଅଧିକ ଦୂରତା ଅତିକ୍ରମ କରିଥିଲା। ଏଥିରେ ରକେଟ୍ କାର୍ମନ ରେଖାକୁ ପାର କରିଯାଇଥିଲା। କାର୍ମନ ରେଖା ବାହ୍ୟ ଅନ୍ତରୀକ୍ଷର ଅନ୍ତର୍ଜାତୀୟ ମାନ୍ୟତା ପ୍ରାପ୍ତ ସୀମା। ଏହି ମିସନରେ ବ୍ଲୁ ଓରିଜିନର ସଂସ୍ଥାପକ ଜେଫ ବେଜୋସଙ୍କ ଭାବି ପତ୍ନୀ ସାଞ୍ଜେଜ୍, ଟେଲିଭିଜନ ହୋଷ୍ଟ ଗେଲ କିଙ୍ଗ, ନାସାର ପୂର୍ବତନ ରକେଟ ବୈଜ୍ଞାନିକ ଆଇସା ବୋଭେ, ବାୟୋଆଷ୍ଟ୍ରୋନେଟିକ୍ସ ରିସର୍ଚ୍ଚ ସାଇଣ୍ଟିଷ୍ଟ ତଥା ନାଗରିକ ଅଧିକାର କାର୍ଯ୍ୟକର୍ତ୍ତା ଆମନ୍ଦା ଗୁୟେନ ଓ ଫିଲ୍ମ ନିର୍ମାତ୍ରୀ କେରିୟନ ଫ୍ଲିନ ସାମିଲ ଥିଲେ।
Katy Perry exiting the rocket capsule. pic.twitter.com/rSIApEQ8m2
— Pop Crave (@PopCrave) April 14, 2025
ବ୍ଲୁ ଓରିଜିନ କହିଛି ଯେ ଏହା ୬୪ ବର୍ଷରେ ମାନବର ମହାକାଶ ଯାତ୍ରାରେ ପ୍ରଥମ ମହାକାଶ ଉଡାଣ ଥିଲା ଯେଉଁଥିରେ ପ୍ରତ୍ୟେକ ସିଟ୍ ରେ ଜଣେ ମହିଳା ବସିଥିଲେ। କମ୍ପାନୀ ଅନୁସାରେ ଏପରି ଶେଷ ଉଦାହରଣ ୧୯୬୩ରେ ହୋଇଥିଲା, ଯେତେବେଳେ ସୋଭିଏତ ମହାକାଶ ଯାତ୍ରୀ ଭାଲେଣ୍ଟିନା ତେରସ୍କୋଭା ୩ ଦିବସୀୟ ଏକାକୀ ମିସନ କାଳରେ ମହାକାଶ ଯିବାରେ ପ୍ରଥମ ମହିଳା ହୋଇଥିଲେ। କ୍ୟାପସୁଲ ଯେପରି ମାଇକ୍ରୋ ଗ୍ରାଭିଟିରେ ପହଞ୍ଚିଲା ୬ ମହିଳା ଯାତ୍ରୀ ଭାରହୀନତା ଅନୁଭବ କରିବା ପାଇଁ କିଛି ସମୟ ପାଇଁ ବେଲ୍ଟ ଖୋଲିଥିଲେ।
ଏହି ସମୟରେ କେଟି ପେରୀ ଗୀତ ଗାଇଥିଲେ। କେଟି ପେରୀ ମହାକାଶରେ ‘ହ୍ୱାଟ ଏ ୱଣ୍ଡରଫୁଲ ୱାର୍ଲଡ’ ଗାଇଥିଲେ। ଆମାଜନର ସଫଳତା ପରେ ବେଜୋସ ଦ୍ୱାରା ୨୦୦୦ ମସିହାରେ ସ୍ଥାପିତ ବ୍ଲୁ ଓରିଜିନ ମିସନର ବ୍ୟୟ ଓ କିଏ କ’ଣ ଦେଇଛନ୍ତି ତାହା ଜଣାପଡି ନାହିଁ। ଏହି ଲଞ୍ଚ ଭେନିସରେ ସାଞ୍ଚେଜ ଓ ବେଜୋସଙ୍କ ବିବାହର ଠିକ ଦୁଇ ମାସ ପୂର୍ବରୁ ହୋଇଛି। ବେଜୋସ ଯିଏ ୨୦୨୧ରେ କମ୍ପାନୀର ପ୍ରଥମ ମହାକାଶ ପର୍ଯ୍ୟଟନ ଉଡାଣର ଅଂଶବିଶେଷ ଥିଲେ ଏହି ମିସନରେ ନୂଆ ଚାଳକ ଦଳଙ୍କ ସହ ଲଞ୍ଚ ପ୍ୟାଡ ପର୍ଯ୍ୟନ୍ତ ଯାଇଥିଲେ।