ଗଁନ୍ଦିଆ ବ୍ଲକ୍ ଅଫିସ୍ ଲାଞ୍ଚ କାରବାର ମାମଲା : ୨ ହଜାର ଟଙ୍କା ଲାଞ୍ଚ ନେଇ ୩ ବର୍ଷ ଜେଲ୍ ଗଲେ ମୁଖ୍ୟ କିରାଣୀ

Published By : Prameya-News7 Bureau | July 09, 2025 IST

ଢେଙ୍କାନାଳ ୯।୭: ମାତ୍ର ୨ ହଜାର ଟଙ୍କା ଲାଞ୍ଚ ପାଇଁ ଜଣେ ସରକାରୀ କିରାଣୀଙ୍କୁ ୩ ବର୍ଷ ଜେଲ ଓ ୧୦ ହଜାର ଟଙ୍କା ତଣ୍ଡ ଗଣିବାକୁ ପଡିଛି । ୨ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିବା ଏହି ସରକାରୀ ବାବୁ ଜଣଙ୍କ ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ଅଫିସର ପୂର୍ବତନ ବଡ଼ବାବୁ ଭାଗିରଥି ସାହୁ ବୋଲି ଜଣାପଡିଛି । ତାଙ୍କୁ ଢେଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ୩ ବର୍ଷ ଜେଲ ଦଣ୍ଡ ଓ ୩ ହଜାର ଟଙ୍କା ଜରିମାନା ଅନାଦେୟ ଆହୁରି ୩ ମାସ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି । 

ସୂଚନାଯୋଗ୍ୟ ଯେ, ବରିଷ୍ଠ କିରାଣୀ ଭାଗିରଥି ସାହୁ ଗଁନ୍ଦିଆ ବ୍ଲକରେ ମୁଖ୍ୟ କିରାଣୀ ଦାଇତ୍ୱରେ ଥିବାବେଳେ ଯୁଗଳ କିଶୋର ବେହେରା ନାମକ ଜଣେ   ପଂଚାୟତ ନିର୍ବାହୀ ଅଧିକାରୀଙ୍କ ଅବସରକାଳୀନ ବେନିଫିଟ ଫାଇଲ କରିବା ପାଇଁ ୨ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଯାହାକି ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା । ତେବେ ଗତ ୨୬.୩.୨୦୧୮ରେ  ଏହି ୨ ହଜାର ଟଙ୍କା ଲାଞ୍ଚ ନେବାବେଳେ  ଟଙ୍କା ସହ ଭାଗିରଥୀଙ୍କୁ କାବୁ କରି ଗିରଫ କରିଥିଲା ଭିଜିଲାନ୍ସ । ଏହି ମାମଲାର ବିଚାର କରି ସମସ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ଢେଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଭାଗିରଥି ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

You Can Read:

ରାଜଧାନୀରୁ ୨୫ ଲକ୍ଷ ଟଙ୍କାର ଧଳାଜହର ଜବତ, ୫ ବେପାରୀ ଗିରଫ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.