୪-୫ ଦିନରେ ପାକିସ୍ତାନ ମୁଣ୍ଡ ନୁଆଁଇବ, ଭାରତ ସହ ଖେଳିବାକୁ ରାଜି ହେବ...ଅଶ୍ୱିନ୍ କହିଲେ କାରଣ

NEWS7
blasting-at-rourkela-still-plant-ash-pond-to-rescue-4-missing-person

ନୂଆଦିଲ୍ଲୀ,୪|୦୨ : ପାକିସ୍ତାନ ଏବଂ ଭାରତ ମଧ୍ୟରେ କ୍ରିକେଟ୍ ବିବାଦ ଜାରି ରହିଛି । ଟି୨୦ ବିଶ୍ୱକପରେ ଭାରତ ସହ ଖେଳିବାକୁ ମନା କରିଛି ପାକିସ୍ତାନ । ଟୁର୍ଣ୍ଣାମେଣ୍ଟ ଖେଳିଲେ ବି ଭାରତ ସହ ଫାଇଟ୍ କରିବନି ବୋଲି କହିଛି । କିନ୍ତୁ ଏବେ ପିସିବିକୁ ଏହି ନିଷ୍ପତ୍ତି ଅଡୁଆ ହେଲାଣି । ନିଜ ଦେଶର ଅନେକ କ୍ରିକେଟର ଏହି ନିଷ୍ପତ୍ତି ପାକ୍ କ୍ରିକେଟ୍ ଭବିଷ୍ୟତକୁ ନର୍କକୁ ଠେଲିଦେବ ବୋଲି କହୁଛନ୍ତି । ଏପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପୂର୍ବତନ ଭାରତୀୟ ସ୍ପିନର ଆର ଅଶ୍ୱିନ୍ । ଖୁବ୍ ଶୀଘ୍ର ପାକ୍ ନିଜ ଜିଦ୍ ରୁ ଓହରିବ ବୋଲି ସେ ପ୍ରକାଶ କରିଛନ୍ତି ।

ଅଶ୍ୱିନ୍ କହିଛନ୍ତି ଯେ, ନିର୍ଦ୍ଧାରିତ ତାରିଖ ଅନୁସାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ । ଖୁବ୍ ଶୀଘ୍ର ପିସିବି ନିଜ ନିଷ୍ପତି ବଦଳାଇବ । ଯଦି ପିସିବି ନିଜ ନିଷ୍ପତ୍ତିରେ କାଏମ ରହେ ତାହାଲେ କିଛି ଭଲ ହେବନି । ଓଲଟା ଅଧିକ କ୍ଷତି ହେବ । ଦଳକୁ ଉଭୟ ଆର୍ଥିକ ଏବଂ କୁଟନୈତିକ ସ୍ତରରେ କ୍ଷତି ସହିବାକୁ ହେବ ।

ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଅଶ୍ୱିନ୍ କହିଛନ୍ତି ଯେ, ମ୍ୟାଚ୍ ଶତ ପ୍ରତିଶତ ହେବ । ପାକିସ୍ତାନ ଚାରିରୁ ପାଞ୍ଚ ଦିନରେ ପଛକୁ ହଟିବ । ବ୍ରଡକାଷ୍ଟରଙ୍କୁ ବିପୁଳ କ୍ଷତି ସହିବାକୁ ହେବ । ଆଇସିସିର ଅନ୍ୟ ସଦସ୍ୟ ମଧ୍ୟ କ୍ଷତି ସହିବେ । ଯାହା ପାକ୍ ଉପରେ ଚାପ ପକାଇବ । ପିଏସଏଲ ପାଇଁ ଖେଳାଳିଙ୍କୁ ଏନଓସି ମଧ୍ୟ ମିଳିବ ନାହିଁ ।

ସେ ଆହୁରି କହିଛନ୍ତି ଯେ, କୌଣସି ଗୋଟିଏ ଦଳ ବିପକ୍ଷରେ ନଖେଳିବା ଠିକ୍ କଥା ନୁହେଁ । ଏହା ଖେଳ ଭାବନାର ବିରୋଧୀ । ଉଭୟ ଦେଶ ଶ୍ରୀଲଙ୍କାରେ ଖେଳିବେ । ତେଣୁ ପାକିସ୍ତାନର ଦାବି ଯୁକ୍ତିଯୁକ୍ତ ନୁହେଁ । ତେବେ ପାକିସ୍ତାନକୁ ହାଲୁକା ଭାବେ ନେଇ ହେବ ନାହିଁ । ତେବେ ମାନସିକତା ହିଁ ସବୁଠୁ ବଡ ଚ୍ୟାଲେଞ୍ଜ୍ । ଯଦି ପାକ୍ ଫାଇନାଲରେ ପହଁଚେ ଦେବେ ଏଥିରେ ସେ ଚକିତ ହେବେ ନାହିଁ । କିନ୍ତୁ ସେମାନଙ୍କ ସବୁଠୁ ବଡ ଶତ୍ରୁ ହେଉଚି ସେମାନଙ୍କ ମାନସିକତା । ଭାରତ ବିପକ୍ଷରେ ନହାରିବାର ଭୟ ହିଁ ତାଙ୍କ ଉପରେ ବେଶି ଚାପ ପକାଉଥିବା ସେ କହିଛନ୍ତି ।