ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ଜାରି କରିଛି । ଏହି ସୂଚୀରେ ୨୯ ଜଣଙ୍କ ନାଁ ଘୋଷଣା କରାଯାଇଛି । କରାୱଲ ନଗର ଆସନରୁ କପିଲ୍ ମିଶ୍ରଙ୍କୁ ଟିକଟ ଦିଆଯାଇଛି । ସେହିପରି ମୋତିନଗର ଆସନରୁ ହରିଶ ରାୱତଙ୍କୁ ଦଳ ପ୍ରାର୍ଥୀ କରିଛି । ନିକଟରେ ଆପ୍ ଛାଡ଼ି ବିଜେପିରେ ସାମିଲ ହୋଇଥିବା ପ୍ରିୟଙ୍କା ଗୌତମଙ୍କୁ କୋଣ୍ଡଲି ଆସନରୁ ପ୍ରାର୍ଥୀ କରାଯାଇଥି । ପ୍ରିୟଙ୍କା ଡିସେମ୍ୱର ୨୮ରେ ଆପ୍ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ।
BJP announces second list of 29 candidates for #DelhiElections2025
— ANI (@ANI) January 11, 2025
Kapil Mishra fielded from Karawal Nagar, Harish Khurana from Moti Nagar, Priyanka Gautam (who recently joined BJP from AAP) fielded from Kondli pic.twitter.com/3KSuk7QhOA
ଉଲ୍ଲେଖଯୋଗ୍ୟ ଯେ ଶୁକ୍ରବାର ଦିଲ୍ଲୀ ବିଧାନସଭାର ବଳକା ଆସନରେ ପ୍ରାର୍ଥୀ ଦେବା ପାଇଁ ବିଜେପିର କେନ୍ଦ୍ରୀୟ ନିର୍ବାଚନ ସମିତି ବୈଠକ କରିଥିଲା । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ ।
ଏହା ପୂର୍ବରୁ ଜାନୁଆରୀ ୪ରେ ବିଜେପି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ଏଥିରେ ୨୯ ଜଣଙ୍କ ନାଁ ଘୋଷଣା କରିଥିଲା । ପ୍ରଥମ ତାଲିକାରେ ନୂଆଦିଲ୍ଲୀ, କାଲକାଜି ପରି ହାଇପ୍ରୋଫାଇଲ୍ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା ।