ଆକ୍ସନ ମୋଡରେ ଅନୁ ଗର୍ଗ, ପ୍ରତି ମାସର ୧୬ ତାରିଖରେ ଜିଲ୍ଲାପାଳଙ୍କ ସହ କରିବେ ବୈଠକ

NEWS7
bjp-team-invite-bjd-chief-naveen-patnaik-for-oath-ceremony

ଭୁବନେଶ୍ବର: ପ୍ରଶାସନିକ ସ୍ତରରେ ବଡ଼ ସଂସ୍କାର ଲାଗି ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବଡ଼ ପଦକ୍ଷେପ ନେଇଛନ୍ତି । ପ୍ରତି ମାସ ୧୬ ତାରିଖରେ ଜିଲ୍ଲାପାଳମାନଙ୍କୁ ନେଇ ବସିବ ଉଚ୍ଚ ସ୍ତରୀୟ ବୈଠକ । ଛୁଟି ଦିନ ଓ ସମୋବାରକୁ ବାଦ ଦେଲେ ଏହି ବୈଠକ ସବୁ ମାସ ୧୬ ତାରିଖରେ ହେବ ।

ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଯୋଡ଼ି ହେବେ । ଜିଲ୍ଲାରେ ପଡ଼ିରହିଥିବା ଅଧୁରା କାମର ସମୀକ୍ଷା କରି ଏହାର କ୍ରିୟାନ୍ବୟନ ଉପରେ କାମ କରିବାକୁ ମୁଖ୍ୟ ଶାସନ ସଚିବ ଅନୁଗର୍ଗ ଜିଲ୍ଲାପାଳମାନଙ୍କୁ ମାର୍ଗଦର୍ଶନ କରିବେ ।

ବୈଠକ ପାଇଁ ୪ ସୁତ୍ରୀ ନିର୍ଦ୍ଦେଶନାମା ଜାରି ହୋଇଛି:

୧ - ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ବୈଠକରେ ଆଲୋଚନା କରାଯିବ । ସେଥିପାଇଁ ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।୨ - ପ୍ରତି ବିଭାଗ ୩୦ ମିନିଟ ପ୍ରେଜେଣ୍ଟସନ ପ୍ରସ୍ତୁତ କରି ବୈଠକକୁ ଆସିବାକୁ କୁହାଯାଇଛି ।

୩ - ୭ ଟି ସ୍ଲାଇଡ଼ ବିଶିଷ୍ଟ ଏକ ପିପିଟି ପ୍ରସ୍ତୁତ କରିବେ । ଯାହା ୧୦ ମିନିଟ ଭିତରେ ହେବା ଆବଶ୍ୟକ ।୪ - ସମସ୍ତ ବିଷୟ ବସ୍ତୁ ବିଷୟରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଥିବା ଦରକାର।

ସେହିପରି ବୈଠକରେ କଣ ଆଲୋଚନା ହେବ ସେନେଇ ପ୍ରତି ମାସ ୮ ତାରିଖରେ ଯୋଜନା ଓ ସମନ୍ୱୟ ବିଭାଗକୁ ପ୍ରତି ଜିଲ୍ଲାରୁ ତଥ୍ୟ ପହଁଚିବା ଦରକାର ବୋଲି କହିଛନ୍ତି ଅନୁ ଗର୍ଗ ।

ପଡ଼ି ରହିଥିବା କିମ୍ବା ସଠିକ ଢ଼ଙ୍ଗରେ ଅଗ୍ରଗତି ହେଉ ନଥିବା ବିଭିନ୍ନ ବିଷୟବସ୍ତୁ ସଂପର୍କରେ ୫୦ ୱାର୍ଡ ଭିତରେ ଲେଖି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯୋଜନା ଓ ସମନ୍ୱୟ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ଏନେଇ ଚିଠି କରାଯାଇଛି ।