ଭୁବନେଶ୍ୱର ୦୬।୦୭ : ଖୁବ ଶୀଘ୍ର ରାଜ୍ୟ ବିଜେପି ଦେଖିବ ନୂଆ ନେତୃତ୍ବ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏଭଲି କିଛି କହିଛନ୍ତି। ଏଥିପାଇଁ ତିନି ଦିନ ପ୍ରକ୍ରିୟା ଚାଲିଛି। ଆଜି ଶ୍ୟାମା ପ୍ରସାଦ ମୁଖାରଜୀଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ମନମୋହନ ଏହା କହିଛନ୍ତି। ଓଡ଼ିଶା ବିଜେପି ସଭାପତି ଚୟନ ପାଇଁ ଆଜି ପ୍ରକାଶ ପାଇଛି ନିର୍ବାଚନ ବିଜ୍ଞପ୍ତି। ସୋମବାର ନାମାଙ୍କନ, ଦରକାର ପଡ଼ିଲେ ୮ ତାରିଖରେ ହେବ ନିର୍ବାଚନ। ନାମାଙ୍କନ ସରିବା ପରେ ନିର୍ବାଚନ ନା’ ସହମତିରେ ସଭାପତି ହେବେ ତାହା ସ୍ପଷ୍ଟ ହେବ। ବିଜେପିର ରାଜ୍ୟ ସଭାପତି ନେଇ ୩ ଦିନ ଧରି ଚାଲିବ ଚର୍ଚ୍ଚା। ସୋମବାର ନାମାଙ୍କନ ଭରିବେ ଆଶାୟୀ ପ୍ରାର୍ଥୀ। ତା ପର ଦିନ ଇଲେକ୍ସନ ଏବଂ ସେହିଦିନ ଫଳ ପ୍ରକାଶ ପାଇବ। ଆଜି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ସିଂ ପାଲ ତୋମାର ଓଡ଼ିଶାରେ ପହଞ୍ଚି ଏହି ସୂଚନା ଦେଇଛନ୍ତି।
ସେହିପରି ସୋମବାର ଓଡ଼ିଶା ବିଜେପି ସାଂଗଠାନିକ ନିର୍ବାଚନର ରାଷ୍ଟ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲ ଓଡ଼ିଶା ଆସିବେ । ନିର୍ବାଚନ ଗଣତାନ୍ତ୍ରିକ ପଦ୍ଧତିରେ ହେବ । ଏଥିସହିତ ପ୍ରକାଶ ପାଇଛି ରାଜ୍ୟ ବିଜେପି ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ଲାଗି ଭୋଟର ତାଲିକା | ଭୋଟର ତାଲିକା ସୂଚୀରେ ଅଛନ୍ତି ମୋଟ ୨୭୩ ଜଣ | ରାଜ୍ୟର ଜିଲ୍ଲା ସଭାପତି, ରାଜ୍ୟ ପରିଷଦ ସଦସ୍ୟ ଏବଂ ନିର୍ବାଚିତ ବିଧାୟକ ଓ ସାଂସଦଙ୍କ ମଧ୍ୟରୁ ଦଶ ପ୍ରତିଶତ ଭୋଟର ତାଲିକାରେ ସ୍ଥାନ ପାଇଛନ୍ତି | ଆସନ୍ତାକାଲି ନାମାଙ୍କନ ହେବ ଏବଂ ଏକାଧିକ ଆଶାୟୀ ହେଲେ ୮ ତାରିଖ ଦିନ ନିର୍ବାଚନ ହେବ।