LIVE TV

ପ୍ରେମିକ ସାହାଯ୍ୟରେ ମହିଳାଙ୍କର ବିଭତ୍ସ କାଣ୍ଡ : ସ୍ୱାମୀକୁ ନିଶା ଦେଇ ନାଳରେ ଫିଙ୍ଗି ଦେଲେ ପତ୍ନୀ  , ପୁଲିସର ତଦନ୍ତ ଜାରି

NEWS7
bjp-releases-its-list-of-candidate-for-by-elecation

ମିରଟ – ୟୁପିର ମିରଟରେ ଏକ ସଙ୍ଗିନ ଅପରାଧର ମାମଲା ସାମ୍ନାକୁ ଆସିଛି। ପୁଲିସ ମୁତାବିକ , ଜଣେ ମହିଳା ନିଜ ସ୍ୱାମୀଙ୍କୁ ନିଦ ବଟିକା ଖାଇବାକୁ ଦେଇ ବେହୋସ କରାଇ ଥିଲେ ଏହା ପରେ ପ୍ରେମିକ ସହ ମିଶି ତାଙ୍କର ତଣ୍ଟି ଚିପି ଦେଇଥିଲେ। ଏହାପରେ ତାଙ୍କୁ ଜିଇଁଥିବା ଅବସ୍ଥାରେ ଏକ କେନାଲରେ ଫିଙ୍ଗି ଦେଇଥିଲେ।

ଉକ୍ତ ଘଟଣା ୨୫ ଅକ୍ଟୋବରରେ ଉତ୍ତର ପ୍ରଦେଶର ମିରଟ ଜିଲ୍ଲାର ରସୁଲପୁର ହୋରଟା ଗାଁରେ ହୋଇଛି। ତିନି ଜଣ ସେହି ବ୍ୟକ୍ତିଙ୍କ ହତ୍ୟାର ଷଡ଼ଯନ୍ତ୍ର ରଚିଥିଲେ, ଯେବେ ସେ ତାଙ୍କ ପତ୍ନୀଙ୍କ ଅବୈଧ ସଂପର୍କର ବିରୋଧ କରିଥିଲେ।

ମିରଟର ଏସପି (ଗ୍ରାମାଞ୍ଚଳ) ଅଭିଜିତ୍‌ କୁମାରଙ୍କ ଅନୁସାରେ , ପେଶାରେ ରାଜମିସ୍ତ୍ରୀ ୩୨ ବର୍ଷିୟ ଅନିଲ, ଯାହାର ମୃତ୍ୟୁର ଆଶଙ୍କା କରାଯାଉଛି, ସେ ୨୫ ଅକ୍ଟୋବରରୁ ନିଖୋଜ ଥିଲେ। ତାପରଦିନ , ତାଙ୍କର ବଡ଼ ଭାଇ ରାଜୁ ରୋହଟା ଥାନାରେ ନିଖୋଜ ରିପୋର୍ଟ ରୁଜୁ କରାଇ ଥିଲେ। ପୁଲିସ ଯାଞ୍ଚ ଆରମ୍ଭ କରିଥିଲେ ଏବଂ ସର୍ଭିଲାନ୍ସ ଓ କଲ୍‌ ଡିଟେଲ ରେକର୍ଡର ସାହାଯ୍ୟରେ ଗଡ଼ବଡ଼ର ସନ୍ଦେହ ହୋଇଥିଲା।

୫ ନଭେମ୍ୱରରେ, ରାଜୁ ଅନିଲଙ୍କ ପତ୍ନୀ କାଜଲ , ତାଙ୍କର ପ୍ରେମିକ ଆକାଶ ଓ ଆକାଶର ବନ୍ଧୁ ବାଦଲଙ୍କ ବିରୋଧରେ ଏକ ନାମିତ ଏଫଆଇଆର ରୁଜୁ କରାଇ ଥିଲେ, ଯେଉଁଥିରେ ତାଙ୍କ ଉପରେ ଅନିଲଙ୍କର ଅପହରଣ କରିବାର ଅଭିଯୋଗ ଲଗାଯାଇ ଥିଲା ଏବଂ ସନ୍ଦେହ କରାଯାଉଛି ଯେ, ସେ ତାଙ୍କର ଭାଇର ହତ୍ୟା କରିଛନ୍ତି। ଲଗାତାର ଯାଞ୍ଚ ପରେ , ରୋହଟା ପୁଲିସ ଶୁକ୍ରବାର ସକାଳେ ରସୁଲପୁର ମଡିର ସରକାରୀ ସ୍କୁଲ ନିକଟରେ ଆକାଶ ଓ ବାଦଲଙ୍କୁ ଗିରଫ କରିନେଇ ଥିଲେ। ତାଙ୍କର ସ୍ୱୀକାରୋକ୍ତି ଆଧାରରେ , ଅନିଲଙ୍କ ପତ୍ନୀ କାଜଲକୁ ମଧ୍ୟ ହେପାଜତକୁ ନିଆ ଯାଇଥିଲା।

ଜେରା ବେଳେ, ଆକାଶ ଓ ବାଦଲ କହିଥିଲେ ଯେ, କାଜଲ ୨୫ ଅକ୍ଟୋବରରେ ଅନିଲଙ୍କୁ ଖାଇବାରେ ନିଦ ବଟିକା ମିଶାଇ ଦେଇଥିଲେ, ଯାହା ପରେ ସେ ଅଧା ବେହୋସ ସ୍ଥିତିକୁ ଚାଲିଗଲେ । ସେହି ରାତିରେ ପାଖାପାଖି ୨ଟା ସମୟରେ ଆକାଶ ଓ ବାଦଲଙ୍କୁ ଡାକିଥିଲେ କାଜଲ, ସେମାନେ  ବାଇକ୍‌ରେ ଆସିଥିଲେ।

ଦୁହେଁ ମିଶି ନିଦରେ ବୁଡ଼ି ରହିଥିବା ଅନିଲଙ୍କୁ ବାଇକ୍‌ରେ ବସାଇଥିଲେ ଏବଂ ସିୱାଲଖାସ ଗଙ୍ଗନହର ବ୍ରିଜ୍‌ ଉପରକୁ ନେଇଗଲେ। ସେଠାରେ ସେ କାଜଲଙ୍କର ଦୁପଟାରେ ତାଙ୍କର ତଣ୍ଟି ଚିପିବାକୁ ଚେଷ୍ଟା କଲେ । ଯେବେ  ଅନିଲଙ୍କର ତୁରନ୍ତ ମୃତ୍ୟୁ ହୋଇ ନଥିଲା , ତିନିଜଣ ଯାକ ତାଙ୍କୁ କେନାରେ ଫିଙ୍ଗି ଦେଲେ।

ତାପର ଦିନ ସକାଳେ ,କାଜଲ ନିଜ ସ୍ୱାମୀଙ୍କ ବିଷୟରେ ଜାଣି ନଥିବାର ନାଟକ କରିଥିଲେ ଏବଂ ପରିବାରକୁ କହିଥିଲେ , ସେ ନିଖୋଜ ଅଛନ୍ତି। ଏହି ମଧ୍ୟରେ ପୁଲିସ ତିନି ଅଭିଯୁକ୍ତଙ୍କୁ ପ୍ରମାଣ ସଂଗ୍ରହ କରିବା ପାଇଁ ଘଟଣାସ୍ଥଳକୁ ନେଇ ଯାଇଥିଲେ।  ହତ୍ୟା ପ୍ରୟାସରେ ବ୍ୟବହୃତ କରାଯାଇ ଶଥିବା କାଜଲଙ୍କ ଦୁପଟ୍ଟା କେନାଲ ନିଟସ୍ଥତ ବୁଦାରୁ ଉଦ୍ଧାର କରାଯାଇଛି।

ଅନିଲଙ୍କ ତଲାସ ପାଇଁ ପିଏସିର ବୁଡ଼ାଳୀଙ୍କ ସାହାଯ୍ୟରେ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ କରି ଦିଆ ଯାଇଛି। ତନି ଜଣ ଅଭିଯୁକ୍ତଙ୍କ ଉପରେ ଅପହରଣ ଓ ହତ୍ୟା ପ୍ରୟାସ ସମ୍ୱନ୍ଧିତ ଧାରା ଅନୁସାରେ ,ମାମଲା ରୁଜୁ କରାଯାଇଛି ଏବଂ ଗୁରୁବାର ସନ୍ଧ୍ୟାରେ ତାଙ୍କୁ କୋର୍ଟରେ ହାଜର କରାଯାଇଛି, ଯେଉଁଠାରୁ ତାଙ୍କୁ ଜେଲ୍‌ ପଠାଇ ଦିଆଯାଇଛି।

ଉଲ୍ଲେଖନୀୟ ଯେ, ଅନିଲଙ୍କ ବିବାହ ଆଠ ବର୍ଷ ପୂର୍ବେ କାଜଲଙ୍କ ସହ ହୋଇଥିଲା ଏବଂ ତାଙ୍କର ତିନୋଟି ଛୋଟ ଛୋଟ ପିଲା ଅଛନ୍ତି।