ବନ୍ଧୁ ଘରକୁ ବୁଲିଯିବା ହେଲା କାଳ, ହାଇୱା ଧକ୍କାରେ ଗୋଟିଏ ପରିବାରର ୪ ମୃତ୍ୟୁ

Published By : Prameya-News7 Bureau | May 20, 2024 IST

ଢେଙ୍କାନାଳ ୨୦/୫: ବାଇକ ଉପରେ ଚଢିଗଲା ହାଇୱା । ଗୋଟିଏ ପରିବାରର ୪ ମୃତ ।ଢେଙ୍କାନାଳ ଜିଲ୍ଲା  ନିହଲପ୍ରସାଦ ଥାନା ପିଙ୍ଗୁଆ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଗୋଟିଏ ପରିବାରର ସ୍ବାମୀ-ସ୍ତ୍ରୀ ଓ ୨ ପିଲାଙ୍କ ଜୀବନ ନେଇଛି ଦୁର୍ଘଟଣା । ସୋମବାର ଦ୍ବିପହରେ ଖଙ୍କିରା ଗାଁର ଦଂପତ୍ତି ୧୧ବର୍ଷର ପୁଅ ଓ ୫ ବର୍ଷର ଝିଅକୁ ଧରି ପଲସର ବାଇକରେ ବନ୍ଧୁ ଘରକୁ ଯାଉଥିଲେ । 

ତେବେ ସାମ୍ନା ପଟୁ ବାଇକକୁ ହାଇୱା ପିଟିଦେବାରୁ ଘଟଣାସ୍ଥଳରେ ସ୍ବାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଥିଲା । ପୁଅ-ଝିଅଙ୍କୁ ଗୁରୁତର ଅବସ୍ଥାରେ ବରପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଜୀବନ ବଞ୍ଚାଇବା ସମ୍ଭବ ହୋଇନଥିଲା । ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ଘଟାଇ ଡ୍ରାଇଭର ଫେରାର ହୋଇଯାଇଛି । ପୋଲିସ ଗାଡିକୁ ଜବତ କରି ତଦନ୍ତ କରୁଛି । । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.