ବାଲିଯାତ୍ରା ୨୦୨୫
LIVE TV

ଇସ୍ରାଏଲ-ହମାସ ଯୁଦ୍ଧରେ ଗଲାଣି ୬୯ ହଜାରରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କ ଜୀବନ

NEWS7
bjp-leader-kailash-vijayvargiya-said-caa-to-implement-from-january

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧରେ ଏପର୍ଯ୍ୟନ୍ତ ୬୯,୦୦୦ରୁ ଅଧିକ ପାଲେଷ୍ଟାଇନୀ ନିହତ ହୋଇଛନ୍ତି। ଏନେଇ ଶନିବାର ଗାଜା ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି। ନିକଟରେ ହୋଇଥିବା ଅସ୍ତ୍ରବିରତିର ସର୍ତ୍ତାବଳୀ ଅନୁଯାୟୀ ଉଭୟ ପକ୍ଷ ମୃତଦେହ ଆଦାନପ୍ରଦାନ ଶେଷ କରିଛନ୍ତି। ଏହାପରେ ଏହି ତଥ୍ୟ ସାମ୍ନାକୁ ଆସିଛି।

ଅକ୍ଟୋବର ୧୦ ତାରିଖରେ ଯୁଦ୍ଧବିରତି ଆରମ୍ଭ ହେବା ପରଠାରୁ ବିଧ୍ୱସ୍ତ ଗାଜା ଷ୍ଟ୍ରିପରେ ଅଧିକ ମୃତଦେହ ଉଦ୍ଧାର ହେବା ଏବଂ ଅନ୍ୟାନ୍ୟ ମୃତଦେହ ଚିହ୍ନଟ ହେବା ପରେ ମୃତ୍ୟୁ ସଂଖ୍ୟା ବଢ଼ିଛି।  ଇସ୍ରାଏଲ ଆତଙ୍କବାଦୀ କହି ଯେଉଁମାନଙ୍କୁ ଏୟାରଷ୍ଟ୍ରାଇକ୍‌ରେ ମାରିଛି ସେମାନଙ୍କ ମଧ୍ୟ ଏଥିରେ ଗଣତି କରାଯାଇଛି।  

ହସ୍ପିଟାଲ ଅଧିକାରୀଙ୍କ ସୂଚନା ଅନୁସାରେ ଆତଙ୍କବାଦୀମାନେ ଇସ୍ରାଏଲକୁ ଜଣେ ବନ୍ଧକକୁ ଫେରାଇ ଦେବାର ଗୋଟିଏ ଦିନ ପରେ ଇସ୍ରାଏଲ ଶନିବାର ଆଉ ୧୫ ଜଣ ପାଲେଷ୍ଟାଇନୀଙ୍କୁ ଗାଜାକୁ ଫେରାଇ ଦେଇଛି। ହମସା ଫେରାଇଥିବା ଜଣେ ବନ୍ଧକ ହେଲେ ଲିଓର ରୁଡାଏଫ୍। ସିଏ ଆର୍ଜେଣ୍ଟିନାରେ ଜନ୍ମଗ୍ରହଣ କରିଥିଲେ ବନ୍ଧକ ଏବଂ ନିଖୋଜ ପରିବାର ଫୋରମ କହିଛି ବୋଲି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଦୁଇ ଦେଶ ମଧ୍ୟରେ ହୋଇଥିବା ଯୁଦ୍ଧବିରତିର ପ୍ରାରମ୍ଭିକ ପର୍ଯ୍ୟାୟରେ ନାଗରିକ ଅଦଳବଦଳ କରିବା ମୁଖ୍ୟ ଅଂଶ ରହିଛି। ତେଣୁ ହମାସକୁ ସମସ୍ତ ବନ୍ଧକଙ୍କୁ ଯଥାଶୀଘ୍ର ଫେରାଇବାକୁ ପଡିବ।

ଏହି ଯୁଦ୍ଧବିରାମ ଚୁକ୍ତି ଇସ୍ରାଏଲ ଏବଂ ହମାସ ମଧ୍ୟରେ ହୋଇଥିବା ସବୁଠାରୁ ଭୟଙ୍କର ଏବଂ ବିନାଶକାରୀ ଯୁଦ୍ଧକୁ ଶେଷ କରିବା ପାଇଁ କରାଯାଇଛି। ତେଣୁ ଶାନ୍ତି ଫେରାଇବାକୁ ଉଭୟ ପକ୍ଷ ଚେଷ୍ଟା ଜାରି ରଖିଛନ୍ତି।

୭ ଅକ୍ଟୋବର ୨୦୨୩ରେ ଦକ୍ଷିଣ ଇସ୍ରାଏଲ ଉପରେ ହମାସ ନେତୃତ୍ୱରେ ଏକ ଆକ୍ରମଣ ହେବା ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା। ଯେଉଁଥିରେ ପ୍ରାୟ ୧୨୦୦ ଇସ୍ରାୟଲୀ ନାଗରିକଙ୍କ ମୃତ୍ୟୁ ହୋଇଥିଲା ଏବଂ ୨୫୧ ଜଣଙ୍କୁ ବନ୍ଧକ ବନା ଯାଇଥିଲା।