LIVE TV
LIVE TV

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ସୂଚୀ, ଫେବୃଆରୀରୁ ଆରମ୍ଭ ହୋଇପାରେ ପରୀକ୍ଷା

NEWS7
bjp-jai-shre-ram-slogan-during-asaduddin-owaisi-oath

ଭୁବନେଶ୍ୱର ୦୩/୧୨: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ସୂଚୀ । ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କୁ ମିଶାଇ ଫର୍ମ ପୂରଣ କରିଛନ୍ତି ୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ପକ୍ଷରୁ ପ୍ରସ୍ତୂତ ପରୀକ୍ଷା ସୂଚୀକୁ ଆଜି ଅନୁମୋଦନ କରିବ ସିଏଚଏସଇ ପକ୍ଷରୁ ଗଠନ କମିଟି ।

ମିଳିଥିବା ସୂଚନା ମୁତାବକ ଫେବୃଆରୀରୁ ଆରମ୍ଭ ହୋଇପାରେ ପରୀକ୍ଷା । ଏଥିପାଇଁ ସିଏଚଏସଇର କମିଟି ବୈଠକ ଅନୁଷ୍ଠିତ ହେବ । କମିଟିର ବୈଠକରେ ସିଏଚଏସଇ ପକ୍ଷରୁ ପ୍ରସ୍ତୁତ ହୋଇଥିବା ପରୀକ୍ଷା ସୂଚୀରେ ବାଜିବ ମୋହର ।