ପ୍ରକୃତ ଚାଷୀଙ୍କ ତାଲିକା ଦେବାକୁ କୁଣ୍ଠାବୋଧ କରୁଛନ୍ତି ସରକାର

NEWS7
bjp-in-preparation-for-big-change

ଭୁବନେଶ୍ବର ୮।୨: ସରକାର ଏକ ମିଛ ଚାଷୀଙ୍କ ତାଲିକା ଦିଅନ୍ତୁ । ପ୍ରକୃତ ଚାଷୀଙ୍କ ତାଲିକା ଦେବାକୁ ସରକାର କୁଣ୍ଠାବୋଧ କରୁଛନ୍ତି ବୋଲି ବିଜେଡି ବିଧାୟକ । ସରକାର ଧାନ କିଣାରେ ବିଫଳ । ଚାଷୀ ଆକ୍ରୋଶର ଶିକାର ହେଲେଣି ସରକାର । ବିଜେପିରେ କେହି ଚାଷୀ ନଥିବେ । ହେଲେ ଛୋଟ ହେଉ କି ବଡ଼ ହେଉ, ରାଜ୍ୟରେ ଚାଷୀ ଅଛନ୍ତି ବୋଲି ଅରୁଣ ସାହୁ କହିଛନ୍ତି ।

ସେପଟେ ମନ୍ତ୍ରୀ କହିଛନ୍ତି, କେବଳ ବଡ଼ ଚାଷୀ ବିରୋଧ କରୁଛନ୍ତି । ଗତବର୍ଷ ସେମାନେ ୫୦୦ କ୍ଵିଣ୍ଟାଲ ଧାନ ବିକିଥିଲେ । ଏଥର କ୍ୟାପ୍ସ ୧୫୦ କ୍ଵିଣ୍ଟାଲ ହୋଇଥିବାରୁ ସେମାନେ ଟିକେ ଅସୁବିଧା ଭୋଗୁଛନ୍ତି । ଆସନ୍ତାବର୍ଷ ସେଥିପ୍ରତି ଦୃଷ୍ଟି ଦିଆଯିବ । ମିଲରଙ୍କ ପାଖେ ଜାଗା ନଥିବାରୁ କିଛି ସ୍ଥାନରେ ଧାନ କିଣା ପ୍ରକ୍ରିୟା ଟିକେ ଧିରେ ହେଉଛି । ପରବର୍ତ୍ତୀ ସମୟରେ ସେ ଧାନକୁ ଉଠାଯାଉଛି । ଯେଉଁ ମାନଙ୍କର ଟୋକେନ୍ ଲାପ୍ସ ହେଉଛି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ୧୫ ଦିନ ଟୋକାନ ଅବଧି ବୃଦ୍ଧି କରାଯାଉଛି । ଚଳିତବର୍ଷ ଅଧିକ ଚାଷ ହୋଇଛି । ଅନାବାଦୀ ଗୋଚର ଭଳି ଅନେକ ସ୍ଥାନରେ ଚାଷ ହୋଇଛି । ସେମାନଙ୍କୁ ନୋଟିସ୍ ହୋଇଛି, ଏଥିରୁ ନ ଚେତିଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ । ସରକାରଙ୍କୁ ବଦନାମ କରିବାକୁ ଫେକ୍ ଚାଷୀ ଚେଷ୍ଟା କରୁଛନ୍ତି । ସେଥିରେ ସେମାନେ ସଫଳ ହେବେନି । ସମସ୍ତ ଚାଷୀଙ୍କ ଧାନ ଉଠିବ ବୋଲି ସମବାୟ ମନ୍ତ୍ରୀ କହିଛନ୍ତି ।