୨ରେ ବିବାହ କରିବେନି ରଶ୍ମିକା-ବିଜୟ, ଏହି ଦିନ ସିଟି ପ୍ୟାଲେସ୍‌ରେ ନେବେ ସାତଫେରା

NEWS7
bjp-announced-the-names-of-13-district-presidents

ନୂଆଦିଲ୍ଲୀ ୦୨।୦୨; ଗ୍ଲାମର ୱାର୍ଲ୍ଡର ଫେମସ କପଲ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା। ବର୍ତ୍ତମାନ ଦୁହେଁ ତାଙ୍କ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ପ୍ରାୟ ଆଠ ବର୍ଷର ଡେଟିଂ ପରେ, ଏହି କପଲ ସାତଫେରା ନେବେ। କୁହାଯାଉଛି ଯେ ସେମାନେ ଫେବୃଆରୀ ୨ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବେ। କିନ୍ତୁ ଏବେ ଏକ ନୂଆ ବିବାହ ତାରିଖ ପ୍ରକାଶ ପାଇଛି।

କୁହାଯାଉଛି ଯେ ରଶ୍ମିକା ଏବଂ ବିଜୟ ଏକ ରୟାଲ ୱେଡିଂରେ ସାତଫେରା ନେବେ। ଏହି କପଲଙ୍କ ଡେଷ୍ଟିନେସନ୍ ବିବାହ ଉଦୟପୁର ସିଟି ପ୍ୟାଲେସରେ ଅନୁଷ୍ଠିତ ହେଉଥିବା ନେଇ ଜଣାପଡ଼ିଛି। କେବଳ ଏତିକି ନୁହେଁ, ସିଟି ପ୍ୟାଲେସରେ ଚାଲିଥିବା ପ୍ରସ୍ତୁତିର ଏକ ଝଲକ ଦେଖିବାକୁ ମିଳିଛି । ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ଭିଡିଓରେ କୁହାଯାଇଛି କି, "ବନ୍ଧୁଗଣ, ମୁଁ ତୁମକୁ ଏକ ଅପଡେଟ୍ ଦେଉଛି। ଆମେ ଏବେ ଉଦୟପୁରର ସିଟି ପ୍ୟାଲେସରେ ଅଛୁ। ଏଠାରେ ଆମେ ଜାଣିବାକୁ ପାଇଲୁ ଯେ ଏଠାରେ କେହି ବିବାହ କରୁବାକୁ ଯାଉଛନ୍ତି। ଅନୁମାନ କର କିଏ ହୋଇପାରେ? ରଶ୍ମିକା ଏବଂ ବିଜୟ । ସେମାନେ ଦୁହେଁ ଏଠାରେ ବିବାହ କରୁଛନ୍ତି। ମୁଁ ତୁମକୁ ଦେଖାଉଛି କିପରି ସାଜସଜ୍ଜା ଚାଲିଛି। ସେମାନେ ଫେବୃଆରୀ ୨ ରେ ବିବାହ କରୁଛନ୍ତି।"

ରଶ୍ମିକା ଏବଂ ବିଜୟ କେବେ ବିବାହ କରିବେ?

ସୂଚନା ଅନୁଯାୟୀ ରଶ୍ମିକା ଏବଂ ବିଜୟ ଫେବୃଆରୀ ୨ ରେ ନୁହେଁ, ଏକ ଭିନ୍ନ ତାରିଖରେ ବିବାହ କରୁଛନ୍ତି। ସେମାନଙ୍କର ଏହି ଗ୍ରାଣ୍ଡ ୱେଡିଂ ଫେବୃଆରୀ ୨୬ରେ ହେବ । ଏହି ବିବାହରେ କେବଳ ନିକଟ ସମ୍ପର୍କୀୟ ଏବଂ ଇଣ୍ଡଷ୍ଟ୍ରିର କିଛି ଲୋକ ଯୋଗଦେବେ। ବିବାହ କୌଣସି ମିଡିଆ କଭରେଜ୍ ହେବନି । କାହିଁକି ନା ଏହା ଏକ ପ୍ରାଇଭେଟ୍ ୱେଡିଂ ଭାବେ ଆୟୋଜନ କରାଯାଉଛି। ଏହା ମଧ୍ୟ କୁହାଯାଉଛି ଯେ ବିବାହ ପରେ ହାଇଦ୍ରାବାଦରେ ଗ୍ରାଣ୍ଡ ରିସେପ୍ସନ ପାର୍ଟିର ଆୟୋଜନ କରିବେ। ହେଲେ ଏପର୍ଯ୍ୟନ୍ତ କପଲଙ୍କ ପକ୍ଷରୁ କୌଣସି ସରକାରୀ ସୂଚନା ପ୍ରକାଶ କରାଯାଇ ନାହିଁ।