ଧାନ ଉଠା ପ୍ରସଙ୍ଗରେ ବିଜେଡିର ଟାର୍ଗେଟ, ରେଜିଷ୍ଟ୍ରସନ କରିଥିବା ସବୁ ଚାଷୀଙ୍କ ଧାନ କିଣିବାକୁ ଉଠାଇଲା ଦାବି

Published By : Prameya-News7 Bureau | June 30, 2025 IST

ଭୁବନେଶ୍ବର: ‘ଧାନ ସଂଗ୍ରହରେ ସମ୍ପୂର୍ଣ୍ଣ ଭାବରେ ସରକାର ବିଫଳ। ସାରା ରାଜ୍ୟର ଧାନ ପଡ଼ିରହିଛି। କେବେ ଉଠାଯିବ ରବି ଧାନ ? ଏଭଳି ଅନେକ ପ୍ରଶ୍ନ ଓ ଅଭିଯୋଗ ଆଣି ପୁଣି ରାଜ୍ୟ ସରକାରଙ୍କୁ ଘେରିଛି ବିଜେଡି। ସୋମବାର ବିଜେଡି ସାମ୍ବାଦିକ ସମ୍ମିଳନୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ବିଜେଡିର ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଓ ଅତନୁ ସବ୍ୟସାଚୀ ସାମ୍ବାଦିକ ସମ୍ମିଳନୀ କରି ଏହି ପ୍ରସଙ୍ଗ ଉଠାଇଛନ୍ତି। 

ବିଜେଡି କହିଛି ରବି ଧାନ ସଂଗ୍ରହ ଅବଧି ଶେଷ ହୋଇଛି। ହେଲେ ଏବେବି ୬୨ ହଜାର ୫୭୩ ମେଟ୍ରିକ୍ ଟନ୍ ଧାନ ମଣ୍ଡିରେ ପଡ଼ିଛି।୧୬ ଲକ୍ଷ ୪୪ ହଜାର ୩୫୨ ମେଟ୍ରିକ୍ ଟନ୍ ମିଲର ଟୋକନ୍ ଗ୍ରହଣ କରିଛନ୍ତି, ହେଲେ ଧାନ ଉଠିନି। ୧ ଲକ୍ଷ ୫୬ ହଜାର ଧାନ ସଂଗ୍ରହ ବାକି ଅଛି।’’ ଏମିତିରେ ମଙ୍ଗଳବାର ସୁଦ୍ଧା ଯଦି ରାସ୍ତାରେ ପଡିରହିଥିବା ଧାନ ନ ଉଠେ ତେବେ ଯୋଗାଣ ମନ୍ତ୍ରୀଙ୍କୁ ରାସ୍ତାରେ ଚଲାଇ ଦିଆଯିବ ନାହିଁ ବୋଲି ବିଜେଡି କହିଛି।

ଏହା ସହ ବିଜେଡି ମୁଖ୍ୟମନ୍ତ୍ରୀଙ୍କୁ ୪ଟି ଦାବି କରିଛି । ସେଗୁଡ଼ିକ ହେଲା ରେଜିଷ୍ଟ୍ରସନ କରିଥିବା ସବୁ ଚାଷୀଙ୍କ ଧାନ କିଣାଯିବା, ଆଉ ୩୦ ଦିନ ପାଇଁ ଟୋକେନ୍ ଅବଧି ବଢ଼ାଇବା, କଟନି ଛଟନି ସମ୍ପୂର୍ଣ୍ଣ ବନ୍ଦ କରିବା ଏବଂ କେତେ ଟୋକେନ ଲାପସ ହୋଇଛି ତାହାର ତଥ୍ୟ ଦେବାକୁ ବିଜେଡି ଦାବି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.