ଆମେରିକାର ୫ ଫାଇଟର୍ ଜେଟ୍ ନଷ୍ଟ ! ଇରାନ୍ କରୁଛି ଦାବି, କିନ୍ତୁ ଟ୍ରମ୍ପ୍ କହିଲେ...

NEWS7
bjd-not-yet-declared-candidate-for-3-assembly-constituency

ନ୍ୟୁୟର୍କ, ୧୫ /୦୩:ଆମେରିକା ଏବଂ ଇରାନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ଉଭୟ ପକ୍ଷର ଶହଶହ ଯବାନ ପ୍ରାଣ ହରାଉଥିବା ଦାବି ହେଉଛି । ଗଲଫ୍ ଦେଶରେ ଥିବା ଆମେରିକାର ଅନେକ ସୈନ୍ୟ କ୍ୟାମ୍ପ୍ ଉପରେ ଇରାନ ଆକ୍ରମଣ କରୁଛି । ଏପରିକି କିଛି ଫାଇଟର ଜେଟକୁ ମଧ୍ୟ ଟାର୍ଗେଟ୍ କରୁଛି । ଏହାରି ଭିତରେ ସାଉଦି ଆରବରେ ଥିବା ପ୍ରିନ୍ସ୍ ସୁଲତାନ ବାୟୁସେନାର ବେସ୍ ଉପରେ ଇରାନ ଆକ୍ରମଣ କରିଥିବା ଖବର ଆସିଛି । ଯେଉଁଥିରେ ଆମେରିକାରଟି ଫାଇଟର୍ ଜେଟ୍ ନଷ୍ଟ ହୋଇଯାଇଛି ।

ରିପୋର୍ଟ ଅନୁସାରେ, ବେସ୍ କ୍ୟାମ୍ପରେ ଆମେରିକାର ଫାଇଟର୍ ଜେଟ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏସବୁ ଉପରେ ମିସାଇଲ୍ ଆଟାକ୍ ହୋଇଥିଲା । ଯେଉଁଥିରେ ବିମାନଗୁଡିକ କ୍ଷତିଗ୍ରସ୍ତ ହୋଇଛନ୍ତି । ଏବେ ଏସବୁକୁ ମରାମତି କରାଯାଉଛି । କିନ୍ତୁ ଆକ୍ରମଣରେ କେହି ପ୍ରାଣ ହରାଇଥିବା ଖବର ମିଳିନାହିଁ ।

ଆମେରିକାର ଖାରଜ

ରୟଟର୍ସ ଅନୁସାରେ, ଆମେରିକା ରାଷ୍ଟ୍ରପତି ଯୁଦ୍ଧ ବିମାନ ନଷ୍ଟ ହୋଇଥିବା ଖବରକୁ ଖଣ୍ଡନ କରିଛନ୍ତି । ସେ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ କହିଛନ୍ତି ଯେ,ରୁଟି ବିମାନର କୌଣସି କ୍ଷତି ହୋଇନାହିଁ । ସେମାନେ ଏବେ ସେବାରେ ଅନ୍ତର୍ଭୁକ୍ତ ଅଛନ୍ତି । କେବଳ ଗୋଟିଏ ବିମାନ କ୍ଷତିଗ୍ରସ୍ତ ହୋଇଛି । କିନ୍ତୁ କ୍ଷତିଗ୍ରସ୍ତ ବିମାନଟି ଖୁବ୍ ଶୀଘ୍ର ଉଡାଣ ଭରିବ ।

ଷ୍ଟ୍ରେଟ୍ ଅଫ୍ ହରମୋଜ୍ ଜଗିବେ ସବୁ ଦେଶ

ସେ ଆହୁରି କହିଛନ୍ତି ଯେ, ଷ୍ଟ୍ରେଟ୍ ଅଫ୍ ହରମୋଜକୁ ଖୋଲା ରଖିବା ପାଇଁ ଆମେରିକା ଚେଷ୍ଟା ଚଲାଇଛି । ଅନେକ ଦେଶ ଏଠାକୁ ନିଜର ଯୁଦ୍ଧ ଜାହାଜ ପଠାଇବେ । ଚୀନ୍ ସମେତ ଫ୍ରାନ୍ସ, ଜାପାନ, ଦକ୍ଷିଣ କୋରିଆ ଏବଂ ବ୍ରିଟେନ୍ ବଳି ଦେଶ ଏଠାରେ ନିଜର ଜାହାଜ ମୁତୟକରିବେ ବୋଲି କହିଛନ୍ତି । ଫଳରେ ଅନ୍ୟ ପଣ୍ୟ ଜାହାଜକୁ ସୁରକ୍ଷିତ ଭାବେ ଏଠାରୁ ଅତିକ୍ରମ କରିବାରେ ସାହାଯ୍ୟ ମିଳିବ ।