ଜମୁଛି ବିଜେଡି ବିଧାୟକ ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶନୀଙ୍କ ପ୍ରଚାର, ସବୁଠି ଜୋରଦାର ସ୍ବାଗତ

Published By : Prameya-News7 Bureau | May 09, 2024 IST

ଯାଜପୁର ୯।୫: ଯାଜପୁର ଜିଲ୍ଲା ବଡ଼ଚଣା ବିଜେଡି ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶନୀଙ୍କ ବଢୁଛି ଲୋକ ପ୍ରିୟତା । ବର୍ଷା ପ୍ରିୟଦର୍ଶନୀଙ୍କ ବିଭିନ୍ନ ସ୍ଥାନରେ କର୍ମୀ ସମାବେଶ ଓ ଘର ଘର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି । ବୁଧବାର ବଡ଼ଚଣା ନିର୍ବାଚନ ମଣ୍ଡଳୀର ଚମ୍ପାପୁର ପଂଚାୟତରେ ବର୍ଷା ପ୍ରିୟଦର୍ଶନୀ  ନିର୍ବାଚନୀ ପ୍ରଚାର କରିଛନ୍ତି । ସବୁଠି ବର୍ଷାଙ୍କୁ ଜୋରଦାର ସ୍ୱାଗତ କରାଯାଇଛି । ଗାଁକୁ ଗାଁ ଯାଇ ଭୋଟ୍ ଭିକ୍ଷା କରିଛନ୍ତି । ବର୍ଷାଙ୍କୁ ପରଦା ଓ ଟେଲିଭିଜନରେ ଲୋକେ ଦେଖୁଥିବା ବେଳେ ବର୍ଷାଙ୍କୁ ପାଖରେ ପାଇଁ ସବୁଠି ପ୍ରବଳ ଜନ ସମାଗମ ସହ ସମସ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ମହିଳାମାନେ ବର୍ଷାଙ୍କୁ ସ୍ୱାଗତ କରିଥିଲେ । ବର୍ଷାଙ୍କ ସହ ବଡ଼ଚଣା ବିଜେଡିର ସମସ୍ତ ନେତା ଓ କର୍ମୀ ପ୍ରଚାରରେ ସାମିଲ ହୋଇଥିଲେ । ଚମ୍ପାପୁର ଗ୍ରାମର ଗ୍ରାମ ଦେବତୀଙ୍କୁ ଦର୍ଶନ କରି ପଂଚାୟତରେ ପ୍ରଚାର କରିଥିଲେ । ଚମ୍ପାପୁର ହାଟ ଠାରେ ଏକ କର୍ମୀ ସମାବେଶ ଅନୁଷ୍ଠିତ ହୋଇଥିଲା । ଯେଉଁଭଳି ଜନ ସମାଗମ ହେଉଛି ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଲୋକଙ୍କ ଭଲ ପାଇବା ମିଳୁଛି ବିଜେଡି ବେଶ୍ ସଫଳତା ପାଇବ ବୋଲି ବିଧାୟକ ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶନୀ କହିଛନ୍ତି ।

You Can Read :

ମା’ଙ୍କ ଆଶୀର୍ବାଦ ନେଇ ନାମାଙ୍କନ ଦାଖଲ କଲେ ଧର୍ମଶାଳା କଂଗ୍ରେସ ବିଧାୟକ ପ୍ରାର୍ଥୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.