LIVE TV

କଟକରେ ଚାଞ୍ଚଲ୍ୟ, ବାପା-ମାଆଙ୍କ ତଣ୍ଟି କାଟି ହତ୍ୟା କଲା ପୁଅ

NEWS7
bjd-members-enter-the-assembly-by-splashing-ganga-jal

କଟକ ୨୨।୧୧ : କଟକ ଦରଘା ବଜାର ଅଞ୍ଚଳରେ ଚାଞ୍ଚଲ୍ୟ । ବାପା-ମାଆଙ୍କ ତଣ୍ଟି କାଟିଲା ପୁଅ । ପାରିବାରିକ କଳହରୁ ଏପରି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବାକି ଅଭିଯୁକ୍ତ ପୁଅକୁ ଅଟକ ରଖି ଜେରା କରୁଛି ପୋଲିସ ।

ଖବର ଅନୁଯାୟୀ, ଶୁକ୍ରବାର ରାତିରେ କଟକ ଦରଘା ବଜାର ଅଞ୍ଚଳରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ପାରିବାରିକ ବିବାଦ ନେଇ ବାପା-ମା ଓ ପୁଅଙ୍କ ମଧ୍ୟରେ କଳହ ଲାଗିରହିଥିଲା। ଯାହାର ପରିଣାମ ସ୍ୱରୁପ ବାପା-ମାଙ୍କ ତଣ୍ଟିକୁ ଛୁରୀରେ କାଟି ହତ୍ୟା କରିଛି ନୃଶଂସ ପୁଅ । ହତ୍ୟାକାଣ୍ଡ ସଂପର୍କରେ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହାସହ ଅଭିଯୁକ୍ତ ପୁଅକୁ ଅଟକ ରଖି ଜେରା କରୁଛି । କାହିଁକି ଓ କେଉଁ ପରିସ୍ଥିତିରେ ପୁଅ ଏପରି ଜଘନ୍ୟ ହତ୍ୟାକାଣ୍ଡ କରିଲା । ତାକୁ ନେଇ କଟକ ପୋଲିସ ପକ୍ଷରୁ ଚାଲିଛି ତନାଘନା ।