ରାଇଘର ଚାଷୀଙ୍କ ଆନ୍ଦୋଳରେ ବିଜେଡି ନେତା, ୨୪ ଘଣ୍ଟା ମଧ୍ୟରେ ଚାଷୀଙ୍କ ବକେୟା ଟଙ୍କା ଦେବାକୁ ଦାବି

Published By : Prameya-News7 Bureau | June 07, 2025 IST

ଭୁବନେଶ୍ବର ୭ଭୁବନେଶ୍ୱରରେ ନବରଙ୍ଗପୁର ରାଇଘର ବ୍ଲକ ଚାଷୀଙ୍କ ଆନ୍ଦୋଳନରେ ଯୋଗଦେଲେ ବିଜେଡି ନେତା । ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଏବଂ ସଞ୍ଜୟ ଦାସବର୍ମା ଚାଷୀଙ୍କ ସହ ସାମିଲ ହୋଇଛନ୍ତି । ସରକାର ଚାଷୀଙ୍କ ଠୁ ୪ ମାସ ହେଲା ଧାନ କିଣିଥିଲେ ଟଙ୍କା ଦେଇନାହାନ୍ତି । ଯେଉଁଥି ପାଇଁ ସେମାନେ ବ୍ଲକ୍‌ ଠୁ ନେଇ ଜିଲ୍ଲାପାଳଙ୍କୁ ଭେଟିଥିଲେ ବି ସମସ୍ୟାର ସମାଧାନ ହୋଇନାହିଁ । ଶେଷରେ ସେମାନେ ଗାନ୍ଧୀ ମାର୍ଗରେ ଶୁକ୍ରବାର ଠୁ ଅହୋରାତ୍ର ଧାରଣା ଦେଇଛନ୍ତି । ଆମେ ଦାବି କରୁଛୁ ୨୪ ଘଣ୍ଟା ମଧ୍ୟରେ ଚାଷୀଙ୍କ ବକେୟା ସାଢ଼େ ୪ କୋଟି ଟଙ୍କା ଦିଅନ୍ତୁ । ଯୋଗାଣ ମନ୍ତ୍ରୀଙ୍କ କଥାରେ ଆମର ଭରସା ନାହିଁ । ମୁଖ୍ୟମନ୍ତ୍ରୀ ନିଜେ ଘଟଣାରେ ହସ୍ତକ୍ଷେପ କରନ୍ତୁ । ଯେଉଁ ସରକାରୀ ଅଧିକାରୀ ଖିଲାପ କରିଛନ୍ତି ସେମାନଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ କରନ୍ତୁ ସରକାର ।


You Can Read:

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ତିଆରି କରୁଥିଲେ ନିଶୁଳ୍କରେ ମିଳିବ ଦୁଇ ଟ୍ରାକ୍ଟର ବାଲି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.