ବିଜେଡିର ରାଇଘର ବନ୍ଦ ଡାକରା, ଚାଷୀଙ୍କୁ ଧାନ ବିକା ଟଙ୍କା ବିଳମ୍ବକୁ ନେଇ ସରକାରଙ୍କୁ ଘେରିବାକୁ ଚେତାବନୀ

Published By : Prameya-News7 Bureau | June 11, 2025 IST

ଭୁବନେଶ୍ବର: ଗୁରୁବାର ବିଜେଡିର ରାଇଘର ବନ୍ଦ ଡ଼ାକରା। ୧୨ ଘଣ୍ଟିଆ ବନ୍ଦ ପାଳନ ସହ ଆନ୍ଦୋଳନ ତୀବ୍ର କରିବା ନେଇ ସରକାରଙ୍କୁ ଦେଲା ଚେତାବନୀ । ବିଜେଡି ଦାବି କରିଛି ରାଇଘରର ୩୪୪ ଜଣ ଚାଷୀ ସରକାରୀ ନିୟମ ଅନୁସାରେ ରିଜିଷ୍ଟେସନ୍ କଲେ ପରେ  ଧାନ ଚାଷ କଲେ ଚାଷୀ । ୧୫ ଫେବ୍ରୁଆରୀରୁ ଧାନ ବିକିବା ପାଇଁ ମେସେଜ ଆସିଲା। ମଣ୍ଡିରେ ଧାନ ଦେଲେ ରସିଦ ପାଇଲେ କିନ୍ତୁ ଏପର୍ଯ୍ୟନ୍ତ ଟଙ୍କା ପାଇଲେ ନାହିଁ। ଏପ୍ରସଙ୍ଗରେ ସରକାରୀ ଅଧିକାରୀଙ୍କ ଆଲୋଚନା ବି ହୋଇଛି ହେଲେବି ଚାଷୀଙ୍କୁ ଟଙ୍କା ନମିଳିବାକୁ ନେଇ ବିଜେପିକୁ ଘେରିଛି ବିଜେଡି କରିଛି।

ବିଜେଡି ଆହୁରି କହିଛି ଚାଷୀଙ୍କୁ ବିଜେପି ସରକାର କିଭଳି ଶୋଷଣ କରୁଛନ୍ତି ଏହାର ନଗ୍ନଚିତ୍ର ଦେଖିବାକୁ ମିଳିଲା। ତେଣୁ ଗୁରୁବାର ରାଇଘରରେ ପାଳନ ହେବ କଳା ଦିବସ। ଚାଷୀଙ୍କର ସାଢ଼େ ଚାରିକୋଟି ଟଙ୍କା ହଡ଼ପ କରିଛନ୍ତି ବିଜେପି ସରକାର। ୬ ଦିନ ହେଲା ଭୁବନେଶ୍ୱରରେ ଚାଷୀ ଆନ୍ଦୋଳନ କରୁଛନ୍ତି କିନ୍ତୁ ମୁଖ୍ୟମନ୍ତ୍ରୀଙ୍କର ସମୟ ନାହିଁ ଏହା ଦୁର୍ଭାଗ୍ୟଜନକ ଘଟଣା। 

ତେବେ ଆନ୍ଦୋଳନ ବେଳେ ଅତ୍ୟାବଶ୍ୟକ ସେବା ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀର ଗାଡ଼ି ଓ ଔଷଧ ଦୋକାନକୁ ଛାଡ଼ି ସମସ୍ତ ଦୋକାନ ବଜାର ବନ୍ଦ ପାଇଁ ବିଜେଡି ପକ୍ଷରୁ ଲୋକଙ୍କୁ ଅପିଲ କରାଯାଇଛି । ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ। ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ଚାଷରୁ ହୁଏ । ଓଡ଼ିଶାର ଉପାନ୍ତ ଅଞ୍ଚଳ ରାଇଘରରେ ୭୦ ରୁ ୮୦ ଭାଗ ଆଦିବାସୀ ରୁହନ୍ତି। ଚାଷରୁ ଉତ୍ପାଦନରେ ଚଳନ୍ତି ଏହି ଆଦିବାସୀ ଚାଷୀ ଏଭଳି ଘଟଣା ଓଡ଼ିଶା ଇତିହାସରେ ପ୍ରଥମ ତେଣୁ ଆଦିବାସୀ ଚାଷୀଙ୍କ ହକ୍ ପାଇଁ ବିଜେଡି ଲଢ଼େଇ ଜୋରଦାର କରିବ ବୋଲି ଚେତାବନୀ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.