କୁକୁର କାମୁଡ଼ାରେ ମୃତ୍ୟୁ ପରେ ଡାକ୍ତରଙ୍କ ପ୍ରତିକ୍ରିୟା, ଭ୍ୟାକସିନ ଦେଲେ ମୃତ୍ୟୁ ହୁଏ ନାହିଁ

Published By : Prameya-News7 Bureau | August 10, 2025 IST

ସମ୍ବଲପୁର : କୁକୁର କାମୁଡ଼ିବା ଆଉ ଏଥିରେ ମୃତ୍ୟୁ ହେବା ଭଳି ସମସ୍ୟା ଅନେକ ସମୟରେ ଦେଖିବାକୁ ମିଳେ। କିନ୍ତୁ ଏଥିରୁ ବର୍ତ୍ତିବାକୁ ରହିଛି ଭ୍ୟାକସିନ୍। କିନ୍ତୁ କେତେବେଳେ ଏହାକୁ ଦେଲେ ଜଣେ ମୃତ୍ୟୁ ମୁଖରୁ ବର୍ତ୍ତି ପାରିବା ଭିମସାର କମ୍ୟୁନିଟି ମେଡିସିନ୍ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ସଂଜୀବ ମିଶ୍ର ଏ ବିଷୟରେ ଭଲ ଭାବେ ବୁଝାଇଛନ୍ତି। 

ସେ କହିଛନ୍ତି,  ଆଣ୍ଟି ରାବିଜ୍ ଭ୍ୟାକସିନ ନେଇଥିଲେ କୁକୁର କାମୁଡାରେ ମୃତ୍ୟୁବରଣର ସମ୍ଭାବନ ନାହିଁ । କୁକୁର କାମୁଡାରେ 3ଟି କ୍ୟାଟାଗୋରୀର ରୋଗୀ ଥିବା ଡାକ୍ତର କହିଛନ୍ତି। ଯେଉଁଥିରେ ରକ୍ତସ୍ରାବ କିମ୍ବା ରୋଗୀ ଖଣ୍ଡିଆ ହୋଇଥାଏ ତାହା କ୍ୟାଟାଗୋରୀ 3ରେ ଆସିଥାଏ।  ସେଥିରେ ଭ୍ୟାକସିନ ସାଙ୍ଗରେ ଇମ୍ୟୁନୋଗ୍ଲୋବ୍ଲିନ ମଧ୍ୟ ଦିଆଯାଇଥାଏ । ଯାହା ଫଳରେ ରାବିଜ୍ ଭାଇରସ ମରିଥାଏ ।  ପ୍ରାୟତଃ 24 ଘଣ୍ଟା ମଧ୍ୟରେ ଭ୍ୟାକସିନ ଦିଆଯାଇଥିଲେ ମୃତ୍ୟୁର ସମ୍ଭାବନା ନଥାଏ ।  ହେଲେ ବଲାଙ୍ଗୀର କେସରେ ସଙ୍ଗେ ସଙ୍ଗେ ଚିକିତ୍ସା ଆରମ୍ଭ ହୋଇନଥିବ କିମ୍ବା ଚିକିତ୍ସାରେ ଅବହେଳା ହୋଇଥିବା ଡାକ୍ତର କହିଛନ୍ତି । 

ସୂଚନାନୁସାରେ, ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଚିଞ୍ଚେଡ଼ ଗାଁରେ କୁକୁର କାମୁଡ଼ାରେ ଚାଲିଯାଇଥିଲା ଦୁଇ ଜୀବନ । ମୃତ ବ୍ୟକ୍ତି ଜଣେ ହେଲେ ହୃଷିକେଶ ରଣା ଓ ଅନ୍ୟ ଜଣେ ୩୩ ବର୍ଷ ଭିନ୍ନକ୍ଷମ ଯୁବକ ଜିଗେନ୍ଦ୍ର ଛାତ୍ରିଆ ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଚିଞ୍ଚେଡ ଗାଁରେ ଦୁଇ ଜଣ ଯୁବକଙ୍କୁ କୁକୁର କାମୁଡ଼ି ଥିଲା । ଏହାପରେ ଉଭୟଙ୍କୁ ଚିକିତ୍ସା ନିମନ୍ତେ ବଲାଙ୍ଗୀର ଭିମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ଥିବାରୁ ଗୁରୁତରଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ସେଠାରେ ଉଭୟଙ୍କର ମୃତ୍ୟୁ ହୋଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.