LIVE TV

ବିଜେଡିର ପିଏସି ବୈଠକରେ ନୂଆପଡ଼ା ଉପନିର୍ବାଚନ ନେଇ ଆଲୋଚନା, ଲୋକଙ୍କ ସମସ୍ୟା ଉପସ୍ଥାପନ କରିବାକୁ ନବୀନଙ୍କ ପରାମର୍ଶ

NEWS7
biker-lost-life-after-collision-between-bus-and-bike-in-jajpur

ଭୁବନେଶ୍ୱର: ବିଜେଡିର PAC ବୈଠକରେ ନୂଆପଡା ଉପନିର୍ବାଚନ ନେଇ ଆଲୋଚନା ହେଲା। ଏହା ଅନ୍ତରୀଣ ଆଲୋଚନା ଥିଲା। ହାରିବା ଜିତିବା ଅଲଗା କଥା। ହେଲେ ଲୋକ ବିଜେଡି ଏବଂ ନବୀନ ପଟ୍ଟନାୟକକୁ ଭଲ ପାଉଥିଲେ। ଲୋକଙ୍କ ସ୍ୱର ହୋଇ ବିଧାନସଭା ଭିତରେ ଓ ବାହାରେ ଲୋକଙ୍କ ସମସ୍ୟା ଉପସ୍ଥାପନ କରିବାକୁ ନବୀନ ପଟ୍ଟନାୟକ ପରାମର୍ଶ ଦେଇଥିବା କହିଛନ୍ତି ବିଜେଡିର ଉପସଭାପତି ଦେବୀ ମିଶ୍ର।

ସେ ଆହୁରି କହିଛନ୍ତି ସମସ୍ତେ ଜାଣିଥିଲେ ନୂଆପଡା କ୍ଲୋଜ ଫାଇଟ୍ ହେବ। ସାଇଲେନ୍ସ ପିରିଅଡରେ ବିରୋଧୀଙ୍କ ତଡାଗଲା। ହେଲେ ଶାସକ ଦଳ ରହିଲା। ୪୧ ବୁଥରେ ୯୧% ରୁ ଅଧିକ ଭୋଟ ହେଲ। ସମୁଦାୟ ୮୩% ଭୋଟ ହେଲା। ବୁଥର ଫଳାଫଳ ଯାହା ଆସିଛି, ସ୍ଥାନୀୟ ଲୋକ ହିଁ ଅଭିଯୋଗ କଲେ। ଏହାର ରିପୋର୍ଟ ଦେବାକୁ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି।

ଭୋଟିଂକୁ ନେଇ ଅଭିଯୋଗ ଆଣିଛି ବିଜେଡି। କହିଛି- ଗଣତାନ୍ତ୍ରିକ ପଦ୍ଧତିରେ ଭୋଟ ହେଉ। 2024 ନିର୍ବାଚନ ବି ଅନେକ ସ୍ଥାନରେ ଭୋଟ ବିଚ୍ୟୁତି ହୋଇଛି। ଆଜି ବିଜେପିରେ ଅମର ପଟ୍ଟନାୟକ ମିଶିଛନ୍ତି। ହେଲେ ସେ ବିଜେଡିରେ ଥାଇ ଏହି ଭୋଟ ଅନିୟମିତତା ଦେଖାଇ ନିର୍ବାଚନ କମିସନଙ୍କୁ ଜଣାଇଥିଲେ।

ସେପଟେ ୯୪ ନିର୍ବାଚନ ମଣ୍ଡଳୀରେ ନଗର, ବ୍ଲକ ସଭାପତି ଚୂଡାନ୍ତ ହୋଇଛି। ବାକି ୭ ଦିନ ଭିତରେ ହେବ। ଜିଲ୍ଲା କମିଟି ପାଇଁ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ନିଆଯିବ। ବିଜେଡି ବିଜୁ ପଟ୍ଟନାୟକଙ୍କ ନାଁରେ ଗଠନ ହୋଇଛି। ୧୯୯୭ରେ ଆଞ୍ଚଳିକ ଦଳ ଭାବେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଗଠନ ହୋଇଥିଲା। ବିକାଶ କାର୍ଯ୍ୟକ୍ରମ ବିଜେଡି କରିଥିଲା। ଲୋକଙ୍କ ସ୍ୱର ହୋଇ ବିଧାନସଭା ଭିତରେ ଓ ବାହାରେ ଲୋକଙ୍କ ସମସ୍ୟା ଉପସ୍ଥାପନ କରିବାକୁ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।