ସପ୍ତାହର ପ୍ରଥମ କାରବାର ଦିନରେ କମିଲା ସୁନା- ରୁପା, ଆଗକୁ ଆହୁରି ହ୍ରାସ ପାଇବା ନେଇ ଅନୁମାନ

NEWS7
bijupattanaik-indoor-stadium-inaugurated-in-bhubaneswar

ନୂଆଦିଲ୍ଲୀ: ଫେବ୍ରୁଆରୀ ୧୬ରେ ରୁପା ଦାମରେ ବଡ଼ ହ୍ରାସ ଦେଖିବାକୁ ମିଳିଛି। ଇଣ୍ଡିଆନ ବୁଲିୟନ ଆଣ୍ଡ୍ ଜ୍ବେଲର୍ସ ଆସୋସିଏନ (IBJA) ଅନୁସାରେ, ୧ କେଜି ରୁପା ଦାମ୍ ୨,୯୪୯ ଟଙ୍କା ଖସି ୨,୩୯,୪୮୪ ଟଙ୍କାରେ ପହଞ୍ଚିଛି। ଏହା ପୂର୍ବରୁ ଶୁକ୍ରବାର କେଜିଏ ରୁପା ଦାମ ୨,୪୨,୪୩୩ ଟଙ୍କା ରହିଥିଲା। ସେହିଭଳି ସୋମବାର ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ଦାମ୍ ୧,୩୧୫ ଟଙ୍କା ବଢ଼ି ୧,୫୪,୦୮୦ ଟଙ୍କାରେ ପହଞ୍ଚିଛି। ଏହା ପୂର୍ବରୁ ଶୁକ୍ରବାର ଏହା ୧,୫୨, ୭୬୫ ଟଙ୍କା ପ୍ରତି ୧୦ ଗ୍ରାମ ଥିଲା।

ଭୁବନେଶ୍ବରରେ ସୋମବାର ୧ କେଜି ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୫, ୬୪୪ ଟଙ୍କା ରହିଥିବାବେଳେ, ୧ କେଜି ୨୨ କ୍ୟାରେଟ ସୁନା ମୂଲ୍ୟ ୧୪, ୩୪୦ ଟଙ୍କା ରହିଛି। ସେହିଭଳି ରୁପା କେଜି ମୂଲ୍ୟ ୨, ୬୫, ୦୦୦ ଟଙ୍କା ରହିଛି।

ସୂଚନାଥାଉକି, ସରଫା ବଜାରରେ ଜାନୁଆରୀ ୨୯ରେ ସୁନା ୧, ୭୬, ୧୨୧ ଟଙ୍କା ଏବଂ ରୁପା ୩,୮୫,୯୩୩ ଟଙ୍କାର ଅଲଟାଇମ ହାଇ ଛୁଇଁଥିଲା। ସେବେଠାରୁ ଏପର୍ଯ୍ୟନ୍ତ ସୁନା ୨୨, ୦୪୧ ଏବଂ ରୁପା ୧,୪୬, ୪୪୯ ଟଙ୍କା ହୋଇଛି। ଅବଶ୍ୟ ଗତ ତିନି କାର୍ଯ୍ୟଦିବସରେ ସୁନା ୩,୨୪୨ ଟଙ୍କା ଏବଂ ରୁପା ୨୬, ୯୬୫ ଟଙ୍କା ଶସ୍ତା ହୋଇଛି।ସୁନା- ରୁପା ଦାମ୍‌ରେ ହୋଇପାରେ ହ୍ରାସ

ବିଶେଷଜ୍ଞ କହିବା ଅନୁସାରେ, ଚଳିତ ସପ୍ତାହରେ ସୁନା- ରୁପା ଦାମରେ ଆହୁରି ହ୍ରାସ ଦେଖିବାକୁ ମିଳିପାରେ। ସରାଫା ବଜାରରେ ଉତଥାନ- ପତ୍ତନ ଜାରି ରହିପାରେ। ଏମିତିରେ ନିବେଶକ ଆମେରିକା ଆର୍ଥିକ ସଙ୍କେତ ଯେପରିକି ଦରବୃଦ୍ଧି ହାର, ଜିଡିପି ଏବଂ ଫେଡେରାଲ ରିଜର୍ଭର ନୀତି ଉପରେ ନଜର ରଖିଛନ୍ତି।

ନିବେଶକ ସୁଧ ହାରରେ ସମ୍ଭାବିତ ପରିବର୍ତ୍ତନ ଏବଂ ତାହାର ଗତିକୁ ବୁଝିବା ପାଇଁ ଆମେରିକା ଶ୍ରମ ସମ୍ପର୍କିତ ତଥ୍ୟ, ଫେଡେରାଲ ଓପନ ମାର୍କେଟ କମିଟି (FOMC)ର ବୈଠକ ଏବଂ ଫେଡ୍ର ଅଧିକାରୀଙ୍କ ବୟାନ ଉପରେ ଫୋକସ କରୁଛନ୍ତି। ବିଶେଷଜ୍ଞଙ୍କ ଅନୁସାରେ, ବର୍ତ୍ତମାନ ବୁଲିୟନ ବଜାରରେ ସ୍ପଷ୍ଟତା ନାହିଁ ଏବଂ ନିବେଶକ ନୂଆ ଉପାୟ ଚିନ୍ତା କରୁଛନ୍ତି।