୭ ବର୍ଷର ନାବାଳିକାକୁ ମୃଦୁ ପାନୀୟରେ ନିଶା ଦେଉଥିଲା ଅସାମାଜିକ ଯୁବକ, ଅଭିଯୁକ୍ତକୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ଛେଚିଲେ ଗ୍ରାମବାସୀ

NEWS7
biju-yuva-chatra-samavesh-in-binika-to-subarnapur

ପାରାଦୀପ: ସାତ ବର୍ଷର ନାବାଳିକାକୁ ମୃଦୁ ପାନୀୟରେ ନିଶା ଦେଉଥିଲା ଅସାମାଜିକ ଯୁବକ। ଅଭିଯୁକ୍ତକୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ଛେଚିଲେ ଗ୍ରାମବାସୀ । ଏଭଳି ଏକ ଅଭବାନୀୟ ଘଟଣା ଘଟିଛି ପାରାଦୀପ ଆଦର୍ଶ ଥାନା ଆଠ ନମ୍ବର ୱାର୍ଡ ଆଦିବାସୀ ସାହିରେ।

ସୂଚନା ଅନୁସାରେ, ବସ୍ତିରେ ଚିକେନ୍ ସେଣ୍ଟର କରିଥିବା ଜଣେ ଯୁବକ ମନ୍ଦ ଉଦ୍ଦେଶ୍ୟ ରଖି ଜଣେ ୭ ବର୍ଷର ନାବାଳିକାକୁ ତିନି ଦିନ ଧରି ଲଗାତାର ପାଖକୁ ଡାକି ମୃଦୁପାନୀୟରେ ନିଶା ଦେଉଥିବାର ଅଭିଯୋଗ ହୋଇଛି। ଏହି ଘଟଣା ଜଣା ପଡ଼ିବା ପରେ ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା ନାବାଳିକାକୁ ଉଦ୍ଧାର କରିବା ସହିତ ଅଭିଯୁକ୍ତ ଯୁବକ ରାଜାକୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରି ପୋଲିସର ଜିମା ଦେଇଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି।

ନିକଟରେ ତାରିଣୀ ଗଡ଼ାରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ପରେ ଛାତ ଉପରୁ ଠେଲି ହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଥିବା ବେଳେ, ଏପଟେ ଜଣେ ଅନୁସୂଚିତ ଜନଜାତିର ନାବାଳିକାକୁ ମନ୍ଦ ଉଦେଶ୍ୟ ରଖି ତିନି ଦିନ ହେଲା ଲଗାଦାର ଭାବରେ ମୃଦୁପାନୀୟରେ ନିଶା ପିଆଇବା ଘଟଣା ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ଆଙ୍ଗୁଳି ନିର୍ଦେଶ କରୁଥିବା ସହ ଏହା ପାରାଦୀପ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।