ଧର୍ମଶାଳାରେ ବିଜୁ ଛାତ୍ର ଜନତା ଦଳର ସମାବେଶ, ସାମିଲ ହେଲେ ବାବୁସାନ ଓ ଏଲିନା

Published By : Prameya-News7 Bureau | May 09, 2024 IST

ଚଣ୍ଡିଖୋଲ ୯।୫: ଯାଜପୁର ଜିଲ୍ଲା ଧର୍ମଶାଳାରେ ଜମୁଛି ନିର୍ବାଚନୀ ପ୍ରଚାର । ବିଜେଡିର ଜୋନ୍ ସ୍ତରୀୟ କର୍ମୀ ସମ୍ମିଳନୀ ପରେ ଜାରକା ସ୍ଥିତ ମହୋତ୍ସବ ପଡିଆରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଛାତ୍ର ସମାବେଶ ଅନୁଷ୍ଠିତ ହୋଇଯାଇଛି । କାଳବୈଶାଖୀ ବର୍ଷା ସତ୍ତ୍ୱେ ଏହି ସମାବେଶରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରୁ ବହୁ ସଂଖ୍ୟାରେ ଛାତ୍ର ଯୋଗଦେଇଥିଲେ । ଧର୍ମଶାଳା ବିଧାନସଭା ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ ଓ ଯାଜପୁର ଲୋକସଭା ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ଯୋଗଦେଇ ଛାତ୍ରମାନେ ଦେଶର ଶକ୍ତି ବୋଲି କହିବା ସହ ନିଜ ନିଜ ସପକ୍ଷରେ ଭୋଟ୍ ଭିକ୍ଷା କରିଥିଲେ । ଏଥିସହ ବିରୋଧୀଙ୍କ ଅପପ୍ରଚାରକୁ ଜବାବ ଦେବାକୁ ଆହ୍ୱାନ ଦେଇଥିଲେ । 

ଏହି ସମାବେଶର ମୁଖ୍ୟ ଆକର୍ଷଣ ସାଜିଥିଲେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବାବୁସାନ ମହାନ୍ତି ଓ ଅଭିନେତ୍ରୀ ଏଲିନା ସାମନ୍ତରାୟ । ଦୁହେଁ ମଞ୍ଚରେ ମନୋରଞ୍ଜନର ଖୋରାକ ଯୋଗାଇବା ସହ ଉଭୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ । ଏଥିସହ କଣ୍ଠଶିଳ୍ପୀ ଆଜିଜ ଓ ନାଭ୍ୟା ଜାଇତିଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଛାତ୍ରଛାତ୍ରୀ ମାନେ ଏହାକୁ ଭରପୁର ଉପଭୋଗ କରିଥିଲେ ।

You Can Read :

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୯୦% ଆସନ ଜିତିବ ବିଜେଡି : ପାଣ୍ଡିଆନ୍

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.