୭ ହଜାର ଟଙ୍କା ଲାଞ୍ଚ ନେଉଥିଲେ, ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ ଏସ୍ଆଇ

Published By : Prameya-News7 Bureau | August 25, 2025 IST

ଭୁବନେଶ୍ୱର ୨୫।୦୮ : ଭିଜିଲାନ୍ସ ଜାଲରେ ଏସ୍‌ଆଇ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବରଗଡ଼ ଜିଲ୍ଲା ବିଜେପୁର ଥାନା ଏସ୍‌ଆଇ ଜଗା ବରିହା । ଜଣେ ଡିଲରଙ୍କ ଠାରୁ ୭ ହଜାର ଟଙ୍କାର ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ । ତାଙ୍କ ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଛି । ଏହାସହିତ ୩ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ । 

ଖବର ଅନୁଯାୟୀ, ଜଣେ ସ୍କ୍ରାପ୍ ଡିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଧମକ ଦେଇ ବିଜେପୁର ଥାନା ଏସଆଇ ଜଗା ବରିହା ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ହେଲେ ଡିଲର ଜଣଙ୍କ ଏତେ ଟଙ୍କା ଦେଇ ପାରିବେ ନାହିଁ ବୋଲି ଅକ୍ଷମତା ପ୍ରକାଶ କରିବାରୁ ଜଗା ୭ ହଜାର ଟଙ୍କା ମାଗିଥିଲେ। ଅନ୍ୟ କୌଣସି ବିକଳ୍ପ ନଥିବାରୁ, ଡିଲର ଜଣଙ୍କ ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିଲେ। ପୂର୍ବ ପ୍ରସ୍ତୁତି କ୍ରମେ ଆଜି ଭିଜିଲାନ୍ସ ଏସଆଇଙ୍କ ଉପରେ ନଜର ରଖିଥିଲା। ଏସଆଇ ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା। ଜଗାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଛି। ଏହାସହ ୩ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.