ହ୍ୟୁମାନ ସାଗରଙ୍କ ସମାଧି ସ୍ଥଳରେ କାନ୍ଦିଲେ ଶ୍ରେୟା ମିଶ୍ର, ଦେଲେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

NEWS7
bihar-electrician-cuts-power-supply-to-village-to-meet-his-girlfriend

ବଲାଙ୍ଗିର ୭।୧୨: ପ୍ରତିଷ୍ଠିତ କଣ୍ଠଶିଳ୍ପୀ ସ୍ବର୍ଗତ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମ । ସାରା ଓଡ଼ିଶାରୁ ଆସୁଛନ୍ତି କଳାକାର । ଏହି ସମୟରେ ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ମିଶ୍ର ମଧ୍ୟ ଟିଟିଲାଗଡ଼ ଆସି ସ୍ୱାମୀଙ୍କ ସମାଧି ସ୍ଥଳକୁ ଯାଇଛନ୍ତି । ତାଙ୍କୁ କାନ୍ଦିକାନ୍ଦି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ହ୍ୟୁମାନଙ୍କ ମୃତ୍ୟୁ ପରେ ତାଙ୍କ ସମାଧି ସ୍ଥଳକୁ ଆସି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପତ୍ନୀ ।

ଗୋଟିଏ ପରେ ଗୋଟିଏ ଅଭିନେତା, ସୁପରଷ୍ଟାର, ସଙ୍ଗୀତ ନିର୍ଦ୍ଦେଶକ, ନିର୍ଦ୍ଦେଶକ ସମସ୍ତେ ଆସି ସମାଧିରେ ଦେଉଛନ୍ତି ଶ୍ରଦ୍ଧାଞ୍ଜଳି । ତାସହ ତାଙ୍କ ପରିବାର ସହ ଦେଖା କରି ତାଙ୍କ ମା’ଙ୍କ ସହ ଦେଖା କରୁଛନ୍ତି । ଏନେଇ ହ୍ୟୁମାନ ସାଗରଙ୍କ ମୃତ୍ୟୁ ପରେ ଉଠିଥିବା ବିବାଦକୁ ନେଇ ସମସ୍ତେ କରୁଛନ୍ତି ନ୍ୟାୟ ପାଇଁ ଦାବି । ଓଡ଼ିଶାର ସ୍ୱରର ସାଗର ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ବିବାଦ ଲାଗିଥିବା ବେଳେ ଓଲିଓଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ଟିଟିଲାଗଡରେ ପହଞ୍ଚି ହ୍ୟୁମାନଙ୍କ ମା’ଙ୍କୁ ସାକ୍ଷାତ କରି ଶୋକ ଜଣାଇଥିଲେ । ପରେ ହ୍ୟୁମାନଙ୍କ କବର ସ୍ଥଳକୁ ଯାଇ ହ୍ୟୁମାନଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ କାନ୍ଦି ପକାଇଥିଲେ ।

ହ୍ୟୁମାନ ମୋ, ହୃଦୟ ଭିତରେ, ମନ ଭିତରେ । କୌଣସି ଚମତ୍କାର ହୋଇଯାଆନ୍ତା କି ସେ ଫେରି ଆସନ୍ତେ । ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ତଦନ୍ତ ନିଶ୍ଚୟ ହେବା ଉଚିତ । ମୁଁ ତ ନ୍ୟାୟ ଦେଲା ବାଲା ମଣିଷ ନୁହଁ, ନ୍ୟାୟ ପାଇଁ ଲଢ଼ିବି । ମୁଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଲିଖିତ ଭାବେ ଜଣାଇଥିଲି । ବହୁତ କିଛି ସାମ୍ନାକୁ ଆସିବ । ଯେଉଁମାନେ ବି ସଂଶ୍ଲିଷ୍ଟ ଅଛନ୍ତି, ଯେଉଁମାନେ ବି ଦାୟୀ ସେମାନେ ନିଶ୍ଚିତ ଦଣ୍ଡ ପାଇବେ ବୋଲି କହିଥିଲେ ।

ଯେଉଁମାନେ ପ୍ରକୃତ ମିଡିଆ ନୁହଁନ୍ତି, ସେମିତି କିଛି ଜଣ ପ୍ରଚାର ପ୍ରସାର କରି ଚାଲିଛନ୍ତି କି ମଦ ପିଇକି, ନିଶା ଯୋଗୁଁ ହ୍ୟୁମାନ ଚାଲିଗଲେ ବୋଲି । ଆମର ଜଣେ ଏତେ ବଡ଼ ସୁପରଷ୍ଟାର, ସେ ଗଲା ପରେ ତାଙ୍କର ଭଲ ଜିନିଷକୁ ଆମେ କମ ମନେ ପକେଇଛୁ । କମ ଚର୍ଚ୍ଚା କରୁଛୁ । ଅନେକ ଲୋକ ବାହାରିଛନ୍ତି ନିଜ ନିଜ ବାହାଦୁରି ନେବା ପାଇଁ ।

ଏମସରେ ଚିକିତ୍ସିତ ହେବା ପରେ ତାଙ୍କ ମ୍ୟାନେଜର ଫୋନ୍ କରିଥିଲେ । ହ୍ୟୁମାନଙ୍କ ସହ ଏତେ ସଂପର୍କ ଥାଇ ମଧ୍ୟ ପୂର୍ବରୁ କେହି ଜଣାଇନଥିଲେ । ଆଗରୁ ଜଣାଇଥିଲେ କିଛି କରାଯାଇ ପାରିଥାନ୍ତା ବୋଲି କହିଥିଲେ । ହ୍ୟୁମାନ ସାଗରର ମୃତ୍ୟୁର ତଦନ୍ତ ହେଉ, ଡିଟେଲରେ ବାହାରୁ, ଯେଉଁମାନେ ବି ହ୍ୟୁମାନଙ୍କ ମୃତ୍ୟୁ ପଛରେ ଅଛନ୍ତି ସେମାନଙ୍କ ମୁଖା ଖୋଲୁ ବୋଲି କହିଥିଲେ ଅନୁଭବ ମହାନ୍ତି ।

ସେହିପରି ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ କହିଛନ୍ତି, ହ୍ୟୁମାନଙ୍କ ପରିବାର ସହ ତାଙ୍କ ମା’ଙ୍କ ସହ ଅଛୁ । ବହୁତ କିଛି କରିକି ଯାଇଛି ହ୍ୟୁମାନ, ଯାହା ଭୁଲିବା ମସୁକିଲ । ନିର୍ଦ୍ଦେଶକ ସଞ୍ଜୟ ମିଶ୍ରଙ୍କ ସିନେମାରେ ମଧ୍ୟ ଅଧା ଗୀତ ହ୍ୟୁମାନଙ୍କ ରହିଛି ଯାହା ଆନ୍ତର୍ଜାତିକ ସ୍ତରର ସିନେମା । ତେବେ ସେହି ଗୀତକୁ ନ ହଟାଇବା ପାଇଁ ପ୍ରେମାନନ୍ଦ ଦାବି କରିଛନ୍ତି ।