ପାଟନାରେ ବିଜେପି ନେତାଙ୍କୁ ହତ୍ୟା, ବାଇକ୍‌ରେ ଆସି ଗୁଳି କଲେ ଦୁଇ ଦୁର୍ବୃତ୍ତ

Published By : Prameya-News7 Bureau | August 14, 2024 IST

ପାଟନା ୧୪/୦୮: ବିହାରର ରାଜଧାନୀ ପାଟନାରେ ଆତଙ୍କ । ବିଜେପି ନେତାଙ୍କୁ ଗୁଳି କରି ହତ୍ୟା । ବାଇକ୍‌ରେ ଆସି ଦୁଇଜଣ ବ୍ୟକ୍ତି ନେତାଙ୍କୁ ଗୁଳି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପାଟନା ସହରର ଆଲାମଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳର ବଜରଙ୍ଗପୁରୀରେ ନିକଟରେ ଘଟିଛି ଏହି ଘଟଣା । ମୃତ ବିଜେପି ନେତା ହେଲେ ୫୦ ବର୍ଷୀୟ ଅଜୟ ଶାହ । 

ମଙ୍ଗଳବାର ରାତି ୧୦ ଟାରେ ତାଙ୍କ ଘର ନିକଟରେ ଦୁର୍ବୃତ୍ତମାନେ ତାଙ୍କୁ ଗୁଳିମାଡ କରିଥିଲେ । ଅଜୟ ଶାହ ବିଜେପିର ପାଟନା ଜିଲ୍ଲାର ସାଧାରଣ ସମ୍ପାଦକ ଥିଲେ । ତାଙ୍କ ଗୋଟିଏ ମିଲ୍କ ପାର୍ଲର ତାଙ୍କ ଘର ନିକଟରେ ଚାଲୁଥିଲା । ଅପରାଧୀମାନେ ତାଙ୍କୁ ଗୁଳି ଚଳାଇଥିବା ବେଳେ ସେ ତାଙ୍କ ସେ ସେଠାରେ ବସିଥିଲେ । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।  

ASP ଶରତ ଆରଏସ କହିଛନ୍ତି ଯେ ମୃତ ବ୍ୟକ୍ତି ତାଙ୍କ ଘର ନିକଟରେ ମିଲ୍କ ପାର୍ଲର ଚଳାଉଥିଲେ । ମଙ୍ଗଳବାର ରାତିରେ ଦୁଇଜଣ ଦୁର୍ବୃତ୍ତ ମୋଟର ସାଇକେଲରେ ଆସି ତାଙ୍କଠାରୁ କିଛି ସାମଗ୍ରୀ କିଣିଥିଲେ । ଏହି ସମୟରେ ଦୁର୍ବୃତ୍ତମାନେ ଅଜୟ ଶାହାଙ୍କ ମଧ୍ୟରେ ଯୁକ୍ତିତର୍କ କରିଥିଲେ । ପରେ ସେମାନେ ତାଙ୍କୁ ଗୁଳି କରି ଘଟଣାସ୍ଥଳରୁ ପଳାଇ ଯାଇଥିଲେ । 

ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ବୋଲି ପୋଲିସ କହିଛି । ଏହି ମାମଲା ସହ ଜଡିତ ପ୍ରତ୍ୟେକ କୋଣ ଅନୁଧ୍ୟାନ କରୁଛି ପୋଲିସ । FAL ଦଳକୁ ମଧ୍ୟ ଡକାଯାଇଛି ।  ପରିବାର ସଦସ୍ୟଙ୍କ ବିବୃତ୍ତି ନିଆଯାଉଛି । ପରିବାର ସଦସ୍ୟ କହିଛନ୍ତି ଯେ ଅଜୟ ଶାହଙ୍କୁ ସାତଥର ଗୁଳି କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.