LIVE TV
LIVE TV

ମାନବିକତା ଦେଖାଇଲେ ଅଟୋ ଚାଳକ, ଫେରାଇଦେଲେ ଯାତ୍ରୀଙ୍କ ଟଙ୍କା ସହ ବ୍ୟାଗ

NEWS7
big-change-in-wtc-points-table-champion-team-out-of-race

ଦିଗପହଣ୍ଡି ୦୩/୧୨: କୁହାଯାଏ ଲୋଭ ମଣିଷକୁ ସାରିଦିଏ । ଲୋଭର ବଶବର୍ତ୍ତୀ ହୋଇ ଜଣେ ସବୁ ସୀମା ପାର କରିଯାଏ । ଆଉ ଯଦି ଆଗରେ ଟଙ୍କା ପଇସା ଆସିଯାଏ ତାହେଲେ ତ ଲୋଭ ଡବଲ । ବେଳେ ବେଳେ ଜଣେ ନିଜ ଲୋକଙ୍କୁ ପରି କରିବାକୁ ପଛାଏ ନାହିଁ । ତଥାପି କିଛି ଲୋକଙ୍କ ଭିତରେ ବଞ୍ଚି ରହିଛି ମାନବିକତା ।

ଏମିତି ମାନବିକତା ଦେଖାଇଛନ୍ତି ଅଟୋ ଚାଳକ । ପାଇଥିବା ବ୍ୟାଗ ଫେରାଇ ମାନବିକତାର ବଡ଼ ଉଦାହରଣକୁ ପ୍ରମାଣିତ କରିଛନ୍ତି । ଏହି ଭଳି ଏକ ଘଟଣା ଦେଖିବାକୁ ମିଳିଛି ସାନଖେମୁଣ୍ଡି ଅଞ୍ଚଳରେ । ସାନଖେମୁଣ୍ଡି ବ୍ଲକ ଚିନ୍ତାଖାଲି ଗାଁର ଜଣେ ଵ୍ୟକ୍ତି ସତ୍ୟ ନାରାୟଣ ଦୋରାଙ୍କ ବ୍ୟଗ ହଜିଯାଇଥିଲା । ଯେଉଁଥିରେ ଷାଠିଏ ହଜାର ଟଙ୍କା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଥିଲା । ଯାହାକୁ ନେଇ ଚିନ୍ତାରେ ଥିଲେ ଵ୍ୟକ୍ତି ।

ବ୍ୟାଗ ହଜିବାର କେହି ଘଣ୍ଟା ପରେ ବ୍ୟାଗ ପାଇଥିବା ସାନଖେମୁଣ୍ଡି ବ୍ଲକ ପଳାସପୁରର ଜଣେ ଅଟୋ ଚାଳକ ଟୁକୁନା ସେଠି ଫୋନ କରି ବ୍ୟାଗଟିକୁ ଦିଗପହଣ୍ଡି ଥାନା ପରିସରରେ ପୋଲିସର ଉପସ୍ଥିତିରେ ଫେରାଇଛନ୍ତି । ନିଜ ହଜି ଯାଇଥିବା ବ୍ୟାଗ ଟଙ୍କା ପାଇ ଖୁସି ବ୍ୟକ୍ତ କରିଛନ୍ତି ଵ୍ୟକ୍ତି ଜଣଙ୍କ । ଯାହାକୁ ନେଇ ଅଞ୍ଚଳରେ ଅଟୋ ଚାଳକ କଙ୍କୁ ପ୍ରଶଂସା କରାଯାଇଛି ।