ରାମ ଗୋପାଲ ବର୍ମାଙ୍କୁ ବଡ ଝଟକା, ନିର୍ଦ୍ଦେଶକଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି

Published By : Prameya-News7 Bureau | March 07, 2025 IST

ମୁମ୍ଵାଇ ୦୭।୦୩; ଚେକ୍ ବାଉନ୍ସ ମାମଲାରେ ବରିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କୁ ମୁମ୍ବାଇର ଏକ କୋର୍ଟରୁ ଝଟକା ଲାଗିଛି। ରାମ ଗୋପାଳ ବର୍ମାଙ୍କ ଜେଲ ଦଣ୍ଡକୁ ସ୍ଥଗିତ ରଖିବା ପାଇଁ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି ।ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ମଧ୍ୟ ଜାରି କରିଛନ୍ତି। ପୂର୍ବରୁ ଜାନୁଆରୀ ୨୧ ତାରିଖରେ ରାମ ଗୋପାଳଙ୍କୁ କୋର୍ଟ ତିନି ମାସ ଜେଲଦଣ୍ଡ ଦେଇଥିଲେ ଏବଂ ତାଙ୍କ ଉପରେ ଜରିମାନା ମଧ୍ୟ ଲଗାଯାଇଥିଲା।

ଜାନୁଆରୀ ମାସରେ, ଅନ୍ଧେରିର ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ (ପ୍ରଥମ ଶ୍ରେଣୀ) ରାମ ଗୋପାଳଙ୍କୁ ତିନି ମାସ ଜେଲଦଣ୍ଡ ଏବଂ ୩,୭୨,୨୧୯ ଟଙ୍କା ଜରିମାନା ଦଣ୍ଡିତ କରିଥିଲେ। କୋର୍ଟରୁ ଜେଲ ଦଣ୍ଡ ପାଇବା ପରେ, ରାମ ଗୋପାଳ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ଏବଂ ତାଙ୍କ ଦଣ୍ଡ ସ୍ଥଗିତ ରଖିବା ପାଇଁ ଆବେଦନ କରିଥିଲେ।

ଅତିରିକ୍ତ ସେସନ୍ସ ଜଜ୍ ଏ.ଏ. କୁଲକର୍ଣ୍ଣି ମାର୍ଚ୍ଚ ୪ ତାରିଖରେ ରାମ ଗୋପାଳଙ୍କ ଆବେଦନକୁ ଖାରଜ କରିଦେଇଥିଲେ। କାରଣ ସେ କୋର୍ଟରେ ହାଜର ହୋଇନଥିଲେ। ଏହା ବ୍ୟତୀତ ଆବେଦନକୁ ମଧ୍ୟ ଖାରଜ କରାଯାଇଥିଲା। ୱାରେଣ୍ଟ କାର୍ଯ୍ୟକାରୀ କରିବା ପାଇଁ ମାମଲାକୁ ଜୁଲାଇ ୨୮ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ତଥାପି, ବିଚାରପତି କହିଛନ୍ତି ଯେ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ହେବା ପରେ ଜାମିନ ଆବେଦନ କରିବାର ସ୍ୱାଧୀନତା ଅଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.