ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ରେ ପଞ୍ଜାବ କିଙ୍ଗ୍ସକୁ ଲାଗିଲା ବଡ଼ ଝଟକା। ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ରେ ଯେଉଁ ବୋଲରଙ୍କ ଅନୁପସ୍ଥିତି ପଞ୍ଜାବକୁ ଅନୁଭବ ହୋଇଥିଲା, ସେହି ତାରକା ଦ୍ରୁତ ବୋଲର ଏବେ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି। ଏହି ବୋଲର ହେଉଛନ୍ତି ଲୋକି ଫର୍ଗ୍ୟୁସନ। ଆହତ କାରଣରୁ ନ୍ୟୁଜିଲାଣ୍ଡର ଏହି ବୋଲରଙ୍କୁ ଆଇପିଏଲ୍ ୨୦୨୫ରୁ ବାହାରିବାକୁ ପଡ଼ିଛି। ପଞ୍ଜାବ କିଙ୍ଗ୍ସ ସୋମବାର ଏହାର ସୂଚନା ଦେଇଛି।
ପିବିକେଏସର ଦ୍ରୁତ ବୋଲିଂ କୋଚ୍ ଜେମ୍ସ ହୋପ୍ସ କହିଥିଲେ ଯେ, ଲୋକି ଫର୍ଗ୍ୟୁସନ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି। କାରଣ ତାଙ୍କର ଟୁର୍ଣ୍ଣାମେଣ୍ଟକୁ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା କମ ରହିଥିଲା। ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ କେବଳ ଦୁଇଟି ବଲ୍ ଫିଙ୍ଗିବା ପରେ ପଡ଼ିଆରୁ ସେ ବାହାରକୁ ଚାଲି ଯାଇଥିଲେ। ଏହା ପରେ ତାଙ୍କ ଆହତ ସ୍କାନିଂ କରାଯାଇଥିଲା। ଆଘାତ ଗୁରୁତର ଥିବା ସ୍କାନିଂରୁ ଜଣା ପଡ଼ିଥିଲା। ଏହା ପରେ ପୂରା ଟୁର୍ଣ୍ଣାମେଣ୍ଟରୁ ସେ ବାଦ୍ ପଡ଼ିଛନ୍ତି।
Also read: ବିସ୍ଥାପିତ ଆଫଗାନିସ୍ତାନ ମହିଳା କ୍ରିକେଟରଙ୍କୁ ସହଯୋଗରେ ହାତ ବଢାଇଲା ଆଇସିସି: ଜୟ ଶାହଙ୍କ ଘୋଷଣା
ପଞ୍ଜାବ କିଙ୍ଗ୍ସ ନିକଟରେ ନ୍ୟୁଜିଲାଣ୍ଡର ଏହି ଖେଳାଳିଙ୍କ ସ୍ଥାନ ନେବା ପାଇଁ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜେଭିୟର ବାର୍ଟଲେଟ୍ ସହିତ ଅନ୍ୟ କିଛି ବିକଳ୍ପ ରହିଛି। ଏଥିରେ ଆଫଗାନିସ୍ତାନର ଅଲରାଉଣ୍ଡର ଅଜମତୁଲ୍ଲା ଉମରଜାଇ ଏକ ଭଲ ବିକଳ୍ପ ହୋଇପାରିବେ। ଏହା ସହିତ ଦଳ ପାଖରେ ବିଜୟ କୁମାର ବୈଶାକ ପରି ଖେଳାଳି ରହିଛନ୍ତି। ବୈଶାକ ଗୋଟିଏ ମ୍ୟାଚ୍ ଖେଳି ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି।