ରୂପା ମୂଲ୍ୟରେ ବଡ଼ ଧରଣ ହ୍ରାସ, ବଜାରରେ ହଇଚଇ

NEWS7
big-blow-to-punjab-kings-this-star-player-has-been-dropped-from-ipl-2025--

ନୂଆଦିଲ୍ଲୀ ୬।୨: ମହଙ୍ଗା ଧାତୁ ରୂପା ମୂଲ୍ୟରେ ଲଗାତାର ହ୍ରାସ ଦେଖାଯାଉଛି। ସ୍ୱର୍ଣ୍ଣାଳଙ୍କାର ବଜାରରେ ରୂପା ମୂଲ୍ୟ ବେଶ୍ ହଟଚମଟ ସୃଷ୍ଟି କରିଛି। ଗତ ୭ଟି ବ୍ୟବସାୟୀକ ଦିବସରେ ରୂପା ମୂଲ୍ୟ ତାର ଉଚ୍ଚତମ ସ୍ତରରୁ ହ୍ରାସ ହୋଇ ପାଖାପାଖି ଅଧା ହୋଇଯାଇଛି। ମଲ୍ଟି କମଡିଟି ଏକ୍ସଚେଞ୍ଜ (ଏମସିଏକ୍ସ) ତଥ୍ୟ ଅନୁସାରେ ଜାନୁୟାରୀ ୨୯ ତାରିଖ ଦିନ ରୂପା ମୂଲ୍ୟ ତାର ଶୀର୍ଶତମ ସ୍ତର କେଜିପିଛା ୪ଲକ୍ଷ ୨୦,୦୦୦ ଟଙ୍କାକୁ ପହଞ୍ଚି ଯାଇଥିଲା। ଏହା ରୂପା ମୂଲ୍ୟର ଐତିହାସିକ ସ୍ତର ଥିଲା। ହେଲେ ଏବେ ରୂପା ମୂଲ୍ୟ ରେକର୍ଡ ହାଇର ଅଧାରୁ ବି ତଳକୁ ଖସିସାରିଲାଣି।

ଏମସିଏକ୍ସ ଓ ଇଣ୍ଡିଆନ ବୁଲିୟନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ (ଆଇବିଜେଏ) ରିପୋର୍ଟ ଅନୁସାରେ ରୂପା ମୂଲ୍ୟ ଉପରେ ଲଗାତାର ଚାପ ବଢିବଢି ଚାଲିଛି। ତେବେ ରୂପା ମୂଲ୍ୟ ସର୍ବକାଳୀନ ଉଚ୍ଚତମ ସ୍ତରକୁ ଛୁଇଁବା ପରେ ଏହା ପ୍ରତି ଗ୍ରାହକଙ୍କର ଏବେ ବିତୃଷ୍ଣା ସୃଷ୍ଟି ହୋଇଛି ଓ ବଜାରର ଆଭିମୁଖ୍ୟ ବଦଳିବାରେ ଲାଗିଛି। ଜାନୁୟାରୀ ୩୦ ତାରିଖରୁ ରୂପା ମୂଲ୍ୟରେ ତୀବ୍ର ହ୍ରାସ ଜାରି ରହିଛି। ଏହି ହ୍ରାସ ୩ କାରବାର ଅଧିବେଶନ କାଳରେ ଜାରି ଥିଲା ତେବେ ମଝିରେ ଦୁଇ ଦିନ ରୂପା ମୂଲ୍ୟ ପୁଣି ବଢିଥିଲେ ହେଁ ପୁଣି ହ୍ରାସ ଆରମ୍ଭ ହୋଇଛି ଯାହା ୬ ଫେବୃଆରୀ ଶୁକ୍ରବାର ମଧ୍ୟ ଜାରି ରହିଛି।

ଶୁକ୍ରବାର ଅପରାହ୍ନ ୨ଟା ବେଳେ ଏମସିଏକ୍ସରେ ରୂପା କେଜି ପିଛା ମୂଲ୍ୟ ୨,୨୯,୧୮୭ ଟଙ୍କାର ସବୁଠୁ ନିମ୍ନ ସ୍ତରକୁ ପହଞ୍ଚି ଯାଇଛି। ଏହି ପ୍ରକାରେ ୨୯ ଜାନୁୟାରୀର ଉଚ୍ଚତମ ସ୍ତର ତୁଳନାରେ ରୂପାର କେଜି ପିଛା ମୂଲ୍ୟ ପାଖାପାଖି ୧,୯୦,୦୦୦ ଶସ୍ତା ହେଲାଣି। ରୂପା ମୂଲ୍ୟ ପାଖାପାଖି ୩% ଅର୍ଥାତ ୭,୩୧୫ ଟଙ୍କା ହ୍ରାସ ସହିତ ପ୍ରତି କେଜି ୨,୩୬,୫୦୦ ଟଙ୍କା ଦରରେ କାରବାର କରୁଛି। ଏହି ସମୟରେ ଦିନର ଉଚ୍ଚତମ ସ୍ତର ୨,୪୩,୨୭୭ ଟଙ୍କାକୁ ପହଞ୍ଚିଥିଲା।