LIVE TV

ଇଣ୍ଡୋନେସିଆର ସୁଲାୱେସିରେ ଶକ୍ତିଶାଳୀ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୨, ନାହିଁ କ୍ଷୟକ୍ଷତିର ସୂଚନା

NEWS7
big-blow-to-new-zealand-team-star-fast-bowler-lockie-ferguson-out-of-t20-world-cup

ନୂଆଦିଲ୍ଲୀ ୦୫।୧୧; ବୁଧବାର ସକାଳେ ଇଣ୍ଡୋନେସିଆର ସୁଲାୱେସି ଉପକୂଳରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ । ରିକ୍ଟର ସ୍କେଲ୍‌ରେ ତୀବ୍ରତା ୬.୨ ରେକର୍ଡ । ଦେଶର ଭୂତାତ୍ତ୍ୱିକ ସଂସ୍ଥା ଏହି ଶକ୍ତିଶାଳୀ ଭୂମିକମ୍ପ ବିଷୟରେ ସୂଚନା ଦେଇଛି। ସଂସ୍ଥା କହିଛି ଯେ ବୁଧବାର ସକାଳେ ଇଣ୍ଡୋନେସିଆର ସୁଲାୱେସି ଉପକୂଳରେ ଭୂମକମ୍ପ ହୋଇଛି। ଏପର୍ଯ୍ୟନ୍ତ ଭୂକମ୍ପରୁ କୌଣସି ସୁନାମି ଚେତାବନୀ ମିଳିନାହିଁ

ସଂସ୍ଥା କହିଛି ଯେ ଭୂମିକମ୍ପର କେନ୍ଦ୍ରସ୍ଥଳ ସୁଲାୱେସି ଦ୍ୱୀପର ଉପକୂଳ ସମୁଦ୍ରରେ ଥିଲା ଏହାର ଗଭୀରତା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ଉପକୂଳବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ହାଲୁକା ଅନୁଭୂତ ହୋଇଛିକିନ୍ତୁ କୌଣସି ବଡ଼ କ୍ଷୟକ୍ଷତି କିମ୍ବା ଜୀବନହାନିର ରିପୋର୍ଟ ମିଳିନାହିଁ। ଭୂତାତ୍ତ୍ୱିକ ସଂସ୍ଥା ସ୍ଥାନୀୟ ବାସିନ୍ଦାଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛି।

ଇଣ୍ଡୋନେସିଆ ପ୍ରାୟତଃ ଭୂକମ୍ପ ଦ୍ୱାରା ପ୍ରଭାବିତ ହୁଏ। ସେପ୍ଟେମ୍ବର ୨୦୧୮ରେ, ସୁଲାୱେସିରେ ୭.୫ ତୀବ୍ରତାର ଭୂକମ୍ପ ଏବଂ ସୁନାମି ବ୍ୟାପକ କ୍ଷୟକ୍ଷତି ଘଟାଇଥିଲାହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା। ଏଥର ଭୂକମ୍ପରୁ ଆଶ୍ୱସ୍ତି ହେଉଛି ଯେ ସୁନାମି ବିପଦ ଟଳି ଯାଇଛି। ଅଧିକାରୀମାନେ କହିଛନ୍ତି ଯେ ସ୍ଥାନୀୟ ବିପର୍ଯ୍ୟୟ ପରିଚାଳନା ଏଜେନ୍ସିଗୁଡ଼ିକ ମଧ୍ୟ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ଅଛନ୍ତି।